ଗର୍ଭବତୀ ଛେଳି ସହ ଅନୈତିକ କାର୍ଯ୍ୟ ଅଭିଯୋଗ; ଅଭିଯୁକ୍ତ ଯୁବକ ଥାନାରେ ଅଟକ
3/01/2023 at 11:08 PM

ସୋର ୦୩/୦୧: ଗର୍ଭବତୀ ଛେଳି ସହ ଅନୈତିକ କାର୍ଯ୍ୟ l ଯନ୍ତ୍ରଣା ସହିନପାରି ଛେଳିର ମୃତ୍ୟୁll ପରେ ଛେଳିର ମୃତ ଦେହକୁ ବ୍ୟବଛେଦ କରାଯାଇଛି। ଏପରି ଆଶ୍ଚର୍ଯ୍ୟକର ଘଟଣା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ଗାଁରେ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ଗୁହାଳ ଘରେ ପଶି ଗର୍ଭବତୀ ଛେଳିକୁ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ଛେଳି ମାଲିକାଣି ଥାନାରେ ଅଭିଯୋଗ କରିଛନ୍ତି।
ଖବର ଅନୁସାରେ, ମହେଶ୍ୱର ଦାସଙ୍କ ଗୁହାଳରେ ରାତିରେ ଛେଳି ରଡ଼ି ଛାଡ଼ିଥିଲା। ଏହି ଶବ୍ଦ ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ। ପରେ ଅଭିଯୁକ୍ତ ବସନ୍ତ ଦାସକୁ ସେଠାରେ ଉଲଗ୍ନ ଅବସ୍ଥାରେ ସେମାନେ ଦେଖିଥିଲେ। ଏହାସହିତ ଛେଳିର ରକ୍ତସ୍ରାବ ହେଉଥିବା ମାଲିକାଣି ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଛେଳିକୁ ଅନ୍ତରା ପଶୁ ଡାକ୍ତରଖାନାକୁ ନେଇଥିଲେ।
ସେଠାରେ ଗର୍ଭବତୀ ଛେଳିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଛେଳି ମାଲିକାଣି ବାସନ୍ତି ଦାସ ଏନେଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ପରେ ସିମୁଳିଆ ଥାନାଧିକାରୀ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛନ୍ତି। ଅଭିଯୁକ୍ତଟି ପୂର୍ବରୁ ଛେଳିମାନଙ୍କ ସହିତ ଏପରି ଅନୈତିକ କାର୍ଯ୍ୟ କରିଥିବା ସ୍ୱୀକାର କରିଛି।