<strong>ଦୁଷ୍କର୍ମ ଅଭିଯୁକ୍ତକୁ ଧରିଲା ପୋଲିସ; </strong>୬୦ ବର୍ଷୀୟା ମହିଳାଙ୍କୁ କରିଥିଲେ ଅସଦାଚରଣ

Published By : Prameya-News7 Bureau | December 17, 2022 IST

କଟକ ୧୭/୧୨: ୬୦ ବର୍ଷୀୟା ମହିଳାଙ୍କ ସହ ହୋଇଥିବା ଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ ପୋଲିସ ପର୍ଦ୍ଦାଫାସ କରିଛି। ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅସଦାଚରଣ କରିଥିବା ଅଭିଯୁକ୍ତର ପରିଚୟ ଚେଲ୍ଲା ସରକାର(୩୨)। ଅଭିଯୁକ୍ତ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଏପରି କୁକର୍ମ କରିଥିବା ଜଣାପଡ଼ିଛି।

କଟକ ଜିଲ୍ଲା କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଏହି ଅପରାଧିକ ଘଟଣା ହୋଇଥିଲା। ଏନେଇ ପୀଡ଼ିତା ଓ ସ୍ଥାନୀୟ କର୍ପୋରେଟରଙ୍କ ସହାୟତାରେ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ପୀଡ଼ିତାଙ୍କ ଏହି ଘଟଣା ପରେ ଡାକ୍ତରି ମାଇନା କରାଯାଇଥିବା ପୋଲିସ କହିଛି। ପୀଡ଼ିତା ବର୍ତ୍ତମାନ ସମ୍ପର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କଟକ ଡିସିପି କହିଛନ୍ତି।

{"id":722144,"width":650,"height":490,"sizeSlug":"full","linkDestination":"none"}

ସୂଚନାଥାଉକି, ଘରେ ଏକୁଟିଆ ଥିବା ପୀଡ଼ିତା ଦୁଷ୍କର୍ମର ଶୀକାର ହୋଇଥିଲେ। ଏପରି ଅପରାଧିକ ଘଟଣା କଟକ ଜିଲ୍ଲା ବକ୍ସିବଜାର ଅନ୍ତର୍ଗତ ପେନସନ ଲେନରେ  ହୋଇଥିଲା। ମହିଳା ଜଣକ ଘରେ ଥିବା ବେଳେ ଚେଲ୍ଲା ଘରେ ପଶି ଦୁଷ୍କର୍ମ କରିଥିଲା ବୋଲି ଏତଲାରେ ଉଲ୍ଲେଖ ଥିଲା। ଏନେଇ ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏତଲା ଆଧାରରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.