ଦୁଷ୍କର୍ମ ପରେ ନାବାଳିକାର ତଣ୍ଟିଚିପି ହତ୍ୟା; ମୃତଦେହକୁ କାନ୍ଥରେ ଝୁଲାଇ ଦେଲା ଦୁର୍ବୃତ୍ତ
29/11/2022 at 8:54 PM

ବେମାତ୍ରା ୨୯/୧୧: ୧୭ ବର୍ଷୀୟ ନାବାଳକର ଜଘନ୍ୟ କାଣ୍ଡ। ନାବାଳିକାକୁ ଦୁଷ୍କର୍ମ ପରେ କଲା ହତ୍ୟା । ଶନିବାର ଏପରି ଘଟଣା ଛତିଶଗଡ଼ର ବେମାତ୍ରା ଜିଲ୍ଲାରେ ଦେଖିବାକୁ ମିଳିଛି। ମଙ୍ଗଳବାର ସ୍ଥାନୀୟ ପୋଲିସ କହିଛି କୋଟୱାଲି ଥାନା ଅଞ୍ଚଳରେ ଏହି ଘଟଣା ହୋଇଛି। ଚଳିତ ସପ୍ତାହ ସୋମବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।
ଶନିବାର ପୀଡ଼ିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାର ତାଙ୍କ ଘରୁ ମିଳିଥିଲା, ପରେ ଏନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କୋଟୱାଲି ଥାନା ଅଧିକାରୀ ଅମ୍ୱର ସିଂ ଭରଦ୍ୱାଜ କହିଛନ୍ତି। ସମ୍ପୃକ୍ତା ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରି ଗଳାଚିପି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଥାନାଧିକାରୀ ଜଣାଇଛନ୍ତି। ସେ ଆହୁରି କହିଛନ୍ତି ସ୍ଥାନୀୟ ଲୋକମାନଙ୍କୁ ପଚରାଉଚୁରା କରି ଅଭିଯୁକ୍ତକୁ ଚିହ୍ନଟ କରି ପୋଲିସ ଗିରଫ କରିଛି ।
ମୋବାଇଲରେ ଅଶ୍ଳିଳ ଭିଡିଓ ଏବଂ ଖରାପ ଦୃଶ୍ୟ ଦେଖିବାପରେ ସେ ପୀଡ଼ିତାଙ୍କ ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।ପୀଡ଼ିତା ଏନେଇ ପରିବାର କିମ୍ୱା ଅନ୍ୟଆଡ଼େ କହିଦେବା ଭୟରେ ଅଭିଯୁକ୍ତ ସ୍କାର୍ପରେ ତାଙ୍କୁ ହତ୍ୟା କରି ଝୁଲାଇଦେଇଥିଲେ। ଏହା ପରେ ସେ ଫେରାର ଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।
ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୭୬ (ଦୁଷ୍କର୍ମ), ୩୭୬ଏବି ( ୧୨ ବର୍ଷରୁ କମ୍ ମହିଳାଙ୍କୁ ଦୁଷ୍କର୍ମ), ୩୦୨ (ହତ୍ୟା), ୨୦୧ (ଅପରାଧର ପ୍ରମାଣ ନଷ୍ଟ କରିବା), ୪୫୦ ଗୃହ ଅତ୍ୟାଚାର ଓ ପୋକ୍ସୋ ଆଇନ ଅଧୀନରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅଭିଯୁକ୍ତକୁ ଅଦାଲତ ଦୁର୍ଗ ଜିଲ୍ଲାର କିଶୋର ସ୍ୱଧାର ଗୃହକୁ ପଠାଇଛନ୍ତି।