scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମୃତକଙ୍କ ପରିବାର; ଫେରାର ଅଛନ୍ତି ୨ ଅଭିଯୁକ୍ତ

12/11/2022 at 5:25 PM

ପୁରୀ ୧୨/୧୧: ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ମୃତକଙ୍କ ପରିବାର ଲୋକେ ସଦର ଥାନା ଘେରିବା ସହ‌ ଧାରଣାରେ ବସିଛନ୍ତି। ଏପରି ଘଟଣା ପୁରୀ ଜିଲ୍ଲା ସଦର ଥାନା ପାଖରେ ଦେଖିବାକୁ ମିଳିଛି। ସୂଚନା ଥଉକି, ପୁରୀ ସଦର ଥାନା ଅନ୍ତର୍ଗତ ସାଙ୍ଗମରା ଗାଁର ମୁନା ପ୍ରଧାନ ହତ୍ୟା ମାମଲାକୁ ନେଇ ଏପରି ଉତ୍ତଜନା ମୂଳକ ପରିସ୍ଥିତି ଦେଖାଦେଇଛି।

ଖବର ଅନୁସାରେ, ଗତ ମେ ୧୬ରେ ବାଟଗାଁର ନୂଆଗାଁରେ ସମଙ୍ଗରାର ମୁନା ପ୍ରଧାନକୁ ଭୃଗୁ ବିଶ୍ବାଳ ଓ ତାର ସହଯୋଗୀ  ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ଭୃଗୁ ବିଶ୍ବାଳ,ତାଙ୍କ  ପତ୍ନୀ ଓ ଝିଅକୁ ଗିରଫ କରି ଜେଲ୍‌ ପଠାଇଛି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଗିରଫ କରୁନି ବୋଲି ମୃତକଙ୍କ ପରିବାର ପ୍ରଶ୍ନ କରିଛନ୍ତି। ସେପଟେ ଦୁଇ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଏନେଇ ଥାନାଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଘଟଣା ଅନୁସାରେ, ଗତ ମେ ୧୬ ସନ୍ଧ୍ୟାରେ ପୁରୀ ସଦର ସମଙ୍ଗରାର ମୁନା ପ୍ରଧାନକୁ ତା ପ୍ରେମିକା ଓ ପରିବାର ଲୋକେ ଘରକୁ ଡାକିଥିଲେ। ପରେ ମୁନା ତାଙ୍କ ଘରକୁ ଯିବାବେଳେ ବାଟଗାଁ ପାଖ ନୂଆଗାଁ ଛକରେ ତାକୁ ତା ପ୍ରେମିକା ଓ ପରିବାର ମିଶି ନିର୍ମମ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସଦର‌ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଭୃଗୁ ବିଶ୍ବାଳ, ତା ପତ୍ନୀ ଓ ଝିଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଘଟଣାକୁ ୬ ମାସ ବିତିଥିଲେ ମଧ୍ୟ ଅନ୍ୟ ୨ ଅଭିଯୁକ୍ତ ସୁନିଲ ପତି ଓ କଣ୍ଠିଆ ପ୍ରଧାନକୁ ଏବେବି ପୋଲିସ ଗିରଫ କରିନାହିଁ। ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ମୃତକ ମୁନା ପ୍ରଧାନଙ୍କ ପରିବାର ଲୋକେ ସଦର ଥାନା ଘେରାଉ କରିବା ସହ ଧାରଣାରେ ବସିଥିବା କହିଛନ୍ତି। 

ତେବେ ଏନେଇ ମୃତକଙ୍କ ପରିବାର ୩ ଥର ଏସ୍ପିଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସଦର ଥାନାଧିକାରୀଙ୍କୁ ଏସପି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଫଳ ଶୂନ। ତେଣୁ ବାଧ୍ୟ ହୋଇ ମୁନାଙ୍କ ପରିବାର ଲୋକେ ଓ ସମ୍ପର୍କୀୟ ମାନେ ଥାନା ଘେରାଉ ସହ ଧାରଣାରେ ବସିଥିବା କହିଛନ୍ତି। ସେପଟେ ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସଦର ଥାନା ଆଇଆଇସି ମୃତକଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପାଣିର ଗାର ବୋଲି କହିଛନ୍ତି ମୁନାଙ୍କ ପରିବାର। ସେପଟେ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ତୁରନ୍ତ ଗିରଫ ନକଲେ ଜୋରଦାର ଆନ୍ଦୋଳନ ହେବ ବୋଲି ମୁନାଙ୍କ ପରିବାର ଲୋକେ ଚେତାବନୀ ଦେଇଛନ୍ତି। 

   Related Posts