ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

ଇଲୋକଟ୍ରୋନିକ ଜିନିଷ ଚୋରୀ ଘଟଣା ପର୍ଦ୍ଦାଫାସ୍: ଜଣେ ଅଟକ

4/02/2023 at 12:24 PM

ସାଲେପୁର ୦୪/୦୨: କନ୍ଧମାଳ ଜିଲ୍ଲାର ପ୍ରାୟ ୭ଟି ପଞ୍ଚାୟତ କାର୍ଯ୍ୟାଳୟରୁ ଇଲୋକଟ୍ରୋନିକ ଜିନିଷ ଚୋରୀ ଘଟଣା ପର୍ଦ୍ଦାଫାସ୍ । ଫିରିଙ୍ଗିଆ ଥାନାର ଥାନା ଅଧିକାରୀଙ୍କ ନେତୃତ୍ବରେ କଟକ ଜିଲ୍ଲା ସାଲେପୁର ଥାନା ସହଯୋଗରେ ଶିଶୁଆ ଅଞ୍ଚଳର ପୁରୁଷୋତ୍ତମପୁର ଗାଁର ଏକ ଯୁବକକୁ ଉଠାଇ ଆଣି ସାଲେପୁର ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଅଟକ ଥିବା ଯୁବକ ଜଣକ ହେଲେ ଶିଶୁଆ ପୁରୁଷୋତ୍ତମପୁର ଗାଁର ସାଗର ବିଶ୍ୱାଳ । ସାଗର ବିଶ୍ୱାଳ ଶିଶୁଆ ବଜାରରେ ଏକ ମୋବାଇଲ ଦୋକାନ କରିଥିବା ବେଳେ ପୋଲିସ ସାଗର ବିଶ୍ୱାଳକୁ ଅଟକ କରିବାସହ ଚୋରିରେ ବ୍ୟବହୃତ ଏକ କାର୍‌କୁ ମଧ୍ୟ ଜବତ କରିଛି । ଏଥିସହ ୩ଟି କଂପ୍ୟୁଟର, ୩ଟି ପିସି, ଗୋଟିଏ ଏଲିଡି ,୩ଟି ପ୍ରିଣ୍ଟର ,ଏକ ଇନଭଟର ବେଟେରୀ,୪ଟି ମୋବାଇଲ ସହ ଅନ୍ୟାନ୍ୟ ଇଲୋକଟ୍ରୋନିକ ଜିନିଷ ମଧ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ ।

ସାଲେପୁର ପୋଲିସ ସହଯୋଗରେ ଫିରିଙ୍ଗିଆ ପୋଲିସ ଅଧିକ ତଦନ୍ତ ସାଲେପୁର ଅଞ୍ଚଳରେ ଚଳାଇଛି । ଏପଟେ କନ୍ଧମାଳ ପୋଲିସ ୭ ଗୋଟି ଟିମ ରାଜ୍ୟର ବିଭିନ୍ନ ଅଞ୍ଚଳ ମାନଙ୍କରେ ଚଢ଼ାଉ କରୁଥିବା ନେଇ ଫିରିଙ୍ଗିଆ ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଗୋଟିଏ ବଡ଼ ରାକୋଟ କାମ କରୁଛି।

   Related Posts