ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27/01/2023 at 12:34 PM

ଭୁବନେଶ୍ୱର ୨୭/୦୧: ହକି ତାରକା ପ୍ରବୋଧ ତିର୍କୀଙ୍କୁ ଘରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ । ପୋଲିସକୁ ଏହି ଘଟଣାରେ ମିଳିଛି ବିପୁଳ ସଫଳତା । ୪ ଲୁଟେରାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଲୁଟ୍ ସାମଗ୍ରୀ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।
ଗତ ୨୧ ତାରିଖରେ ପ୍ରବୋଧ ତିର୍କୀଙ୍କ ଘରୁ ହୋଇଥିଲା ଲୁଟ୍ । ପ୍ରବୋଧଙ୍କ ମେଡାଲ ସମେତ ଅନ୍ୟାନ୍ୟ ସାମଗ୍ରୀରେ ଲୁଟି ନେଇଥିଲେ ଲୁଟେରା । ବିଳମ୍ବିତ ରାତିରେ କେହି ନଥିବା ବେଳେ ଘରୁ କଳାକନା ବୁଲାଇ ଲୁଟ୍ ହୋଇଥିବା ସୂଚନା । ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ବାସଭବନରୁ ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି ।
ପ୍ରବୋଧଙ୍କ ଘରୁ ଟଙ୍କା, ସୁନା, ଏଲଇଡି ଟିଭି, ହକି ମେଡାଲ ଚୋରି କରିଥିଲେ ଦୁର୍ବୃତ୍ତ । ଏତଲା ଆଧାରରେ କ୍ୟାପିଟାଲ ଥାନା ପୋଲିସ୍ ଛାନଭିନ କରୁଛି । ପୋଲିସ ମଧ୍ୟ ଲୁଟେରାଙ୍କୁ ଚିହ୍ନଟ କରିଥିବା ସୂଚନା ରହିଛି ।