ଭାରତରେ ସବୁଠୁ ଅଧିକ ବ୍ୟବହାର ହେଉଛି ହସ ଓ କାନ୍ଦର ଇମୋଜି…
17/07/2019 at 3:55 PM

ଫେସବୁକ, ହ୍ବାଟସ୍ଅପ ଓ ଡେଟିଂ ଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ହସ, କାନ୍ଦ ଓ କିସ ବ୍ଲୋଇଂ ଇମୋଜି ବହୁତ ବ୍ୟବହାର କରନ୍ତି। ଏକ ସର୍ଭେ ଅନୁସାରେ ଏହି ଇମୋଜି ଭାରତରେ ଅଧିକ ବ୍ୟବହାର କରାଯାଉଛି। ଜୁଲାଇ ମାସ ୧୭ ତାରିଖକୁ ୱାଲର୍ଡ ଇମୋଜି ଡେ ଭାବେ ପାଳନ କରାଯାଏ। ୱାଲର୍ଡ ଇମୋଜି ଡେର ଗୋଟେ ଦିନ ପୂର୍ବରୁ ଟେକ୍ କମ୍ପାନୀ ବୋବଲ ଏଆଇ ଏହି ରିପୋର୍ଟ ପ୍ରକାଶ କରିଛି। ଭାରତରେ ସ୍ମାର୍ଟଫୋନ୍ କନର୍ଭସେଶନରେ ସ୍ମାଇଲ, ବ୍ଲଇଂ କିସ୍ ବ୍ୟତୀତ ଅନ୍ୟ ଇମୋଜିର ବ୍ୟବହାର ନେଇ ମଧ୍ୟ ରିପୋର୍ଟ ଆସିଛି।

ଦ୍ବୀତିୟରେ ଥିବା ୧୦ଟି ଇମୋଜି ହେଉଛି: ସ୍ମାଇଲିଂ ଫେସ୍ ୱିଥ ହାର୍ଟ ଆଇଜ୍, କିସ୍ ମାର୍କ, ଓକେ ହ୍ୟାଣ୍ଡ, ଲାଉଲସି କ୍ରାଇଂ ଫେସ, ବିମିଂ ଫେସ ୱିଥ ସ୍ମାଇଲିଂ ଆଇଜ୍, ଥମ୍ସ ଅପ୍, ଫୋଲ୍ଡେଡ ହ୍ୟାଣ୍ଡ ଓ ସ୍ମାଇଲିଂ ଫେସ୍ ୱିଥ ସନଗ୍ଲାସେସ୍।

ବିଭିନ୍ନ ଡେଟିଂ ଆପ୍ରେ ଖୁସି ହେଉଥିବା ଇମୋଜି ଓ ରୋମାଣ୍ଟିକ ଇମୋଜି ଅଧିକ ବ୍ୟବହାର କରାଯାଏ। ବୋବଲ ଏଆଇ ଅନୁସାରେ ଧିରେ ଧିରେ ଇମୋଜି ଡିଜିଟାଲ ସଂସ୍କୃତି ପାଇଁ ଗୁରୁତ୍ବପୂର୍ଣ୍ଣ ହେଉଛି। କାରଣ ଇମୋଜି ଦ୍ବାରା ମଣିଷ ନିଜ ଭାବନାକୁ ଭଲ ଭାବେ ପ୍ରକାଶ କରିପାରୁଛି।