ଭାଗ୍ୟଶାଳୀ ହୋଇଥାଆନ୍ତି ଏପରି ଚିହ୍ନ ଥିବା ମହିଳାମାନେ : ଜାଣନ୍ତୁ କେଉଁମାନେ

Published By : Prameya-News7 Bureau | July 22, 2019 IST

ଶରୀରର ଗଠନକୁ ଦେଖି ଲୋକଙ୍କ ସ୍ବଭାବ ଏବଂ ଗୁଣ ବିଷୟରେ ଜଣା ପଡ଼ିଯାଇଥାଏ। ଏଥିରୁ ସ୍ବଭାବ ,ଚିହ୍ନ,ରଙ୍ଗ,ରୂପକୁ ଦେଖି ଯେକୈାଣସି ମନୁଷ୍ୟଙ୍କ ବିଷୟରେ ଆପଣ ପୂରା ଭବିଷ୍ୟତ ଜାଣି ପାରିବେ। ଏପରି କିଛି ଭାଗ୍ୟଶାଳୀ ମହିଳାଙ୍କ ବିଷୟରେ ସମୁଦ୍ରଶାସ୍ତ୍ରରେ କୁହାଯାଇଛି। ଆଜି ଆମେ ଏପରି ଚିହ୍ନ ଥିବା କିଛି ମହିଳାଙ୍କ ବିଷୟରେ ଜାଣିବା। କୁହାଯାଏ ଏପରି ଚିହ୍ନ ମହିଳାଙ୍କୁ ଭାଗ୍ୟଶାଳୀ କରିଥାଏ।

ଆସନ୍ତୁ ଜାଣିବା ସେହି ଚିହ୍ନ ବିଷୟରେ

୧.ଯଦି କୈାଣସି ମହିଳାଙ୍କ ଭ୍ରୃଲତା ଧନୁ ଭଳି ବଙ୍କା ହୋଇଥିବ ସେମାନେ ଭାଗ୍ୟଶାଳୀ ହୋଇଥାଆନ୍ତି।

୨. ଯଦି କୈାଣସି ମହିଳାଙ୍କ ଗୋଡ଼ର ଆଙ୍ଗୁଠି ଗୋଲ ହୋଇ ଉଠିଥିବ ତେବେ ସେହି ମହିଳାମାନେ ଖୁସମିଜାଜି ହୋଇଥାଆନ୍ତି।

୩.ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ତାଳୁରେ ଶଙ୍ଖ,କମଳ କିମ୍ବା ଚକ୍ରର ଚିହ୍ନ ଥିବ ସେମାନେ ଅତ୍ୟନ୍ତ ଧନୀ  ହୋଇଥାଆନ୍ତି। ଯେଉଁ ମହିଳାଙ୍କ ପାଦ ଗୋଲାପି ଅତ୍ୟନ୍ତ କୋମଳ ହୋଇଥାଏ ସେମାନେ ଅତ୍ୟନ୍ତ ଖୁସି ରହିବେ ଏବଂ ସବୁବେଳେ ଆପଣଙ୍କ ସହଯୋଗ କରିବେ।

୪. ସୈାଭାଗ୍ୟବଶତଃ ଯଦି କୈାଣସି ମହିଳାଙ୍କ ନାକର ଅନ୍ୟ ପାର୍ଶ୍ବରେ ଜାଇ ଥିବ ତେବେ ଏଥିରୁ ଜଣା ପଡ଼ିଥାଏ ଯେ ତାଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ ଏବଂ ଏପରି ମହିଳା ଯଦି କାହା ଜୀବନରେ ଆସିବେ ତେବେ ତାଙ୍କ ଭାଗ୍ୟ ଚମକିବ।

୫. ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ବାମ ଗାଲରେ ଜାଇ ରହିଥାଏ ସେମାନେ ଖାଇବାକୁ ବହୁତ ଭଲ ପାଆନ୍ତି। ଏହା ସହିତ ତାଙ୍କୁ ରୋଷେଇ କରିବାକୁ ବହୁତ ଭଲ ଲାଗେ। ଏପରି ମହିଳା ଆପଣଙ୍କ ପରିବାରକୁ ବହୁତ ଖୁସିରେ ରଖିବେ ଏବଂ ଘରେ ଧନ ସମ୍ପତ୍ତି ବୃଦ୍ଧି ହେବ।

୬. ଯେଉଁ ମହିଳାଙ୍କ ଆଖି ହରିଣୀ ସମାନ ସୁନ୍ଦର ଏବଂ ବଡ଼ ହୋଇଥାଏ ତାଙ୍କର ଘରେ ପ୍ରବେଶ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି ମହିଳାଙ୍କ ପ୍ରବେଶ ଆପଣଙ୍କ ଘରର ଭାଗ୍ୟକୁ ବଦଳାଇ ଦେଇଥାଏ। ଆପଣଙ୍କ ଘରେ ଉନ୍ନତି ପରିଲକ୍ଷିତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.