scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାଣନ୍ତୁ ଗରୁଡ଼ ପୁରାଣ ଅନୁସାରେ କେଉଁ ୧୦ ପ୍ରକାରର ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କରିବା ଅନୁଚିତ୍

28/11/2019 at 3:22 PM

ଗରୁଡ଼ ପୁରାଣ ବେଦବ୍ୟାସଙ୍କ ଦ୍ବାରା ରଚିତ ୧୮ଟି ପୁରାଣ ମଧ୍ୟରୁ ଗୋଟିଏ। ଗରୁଡ଼ ପୁରାଣରେ ୨୭୯ଟି ଅଧ୍ୟାୟ ଏବଂ ୧୮୦୦୦ଟି ଶ୍ଳୋକ ରହିଛି। ଏହି ଗ୍ରନ୍ଥରେ ମୃତ୍ୟୁ ପରର ଘଟଣା,ପ୍ରେତ ଲୋକ,ଯମ ଲୋକ,ନର୍କ ତଥା ୮୪ଲକ୍ଷ ଯୋନିଙ୍କ ନର୍କ ସ୍ବରୂପ ଜୀବନ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି।

ଏହା ବ୍ୟତୀତ ଏହି ଗ୍ରନ୍ଥରେ ଅନେକ ମନୁଷ୍ୟ ଉପଯୋଗୀ ଗ୍ରନ୍ଥ ଲେଖାଯାଇଛି ଯେଉଁଥିରୁ ଗୋଟିଏ ହେଲା କେଉଁଭଳି ଲୋକଙ୍କ ଘରେ ଭୋଜନ କରିବା ଅନୁଚିତ୍।

କଥାରେ ଅଛି ଆମେ ଯେପରି ଖାଦ୍ୟ ଖାଇଥାଉ,ଠିକ୍ ସେହିପରି ଆମ ବିଚାର ଏବଂ ଚିନ୍ତାଧାରା ହୋଇଥାଏ। ଏହାର ସବୁଠୁ ସଶକ୍ତ ଉଦାହରଣ ମହାଭାରତରୁ ମିଳିଥାଏ । ଯେତେବେଳେ ପିତାମହ ଭୀଷ୍ମ ତୀରଶଯ୍ୟାରେ ପଡ଼ିଥିଲେ ସେତେବେଳେ ଦ୍ରୌପଦୀ ତାଙ୍କୁ ପଚାରିଥିଲେ ଯେ ତାଙ୍କ ବସ୍ତ୍ରହରଣବେଳେ ଭୀଷ୍ମ ସବୁଠୁ ବୟୋଜ୍ୟେଷ୍ଠ ଥିବାବେଳେ କାହିଁକି ଏହାର ବିରୋଧ କରିନଥିଲେ। ସେତେବେଳେ ଭୀଷ୍ମ ଉତ୍ତର ଦେଇଥିଲେ ଯେ ମନୁଷ୍ୟ ଯେପରି ଖାଇଥାଏ ସେହିପରି ତା’ର ମନ ହୋଇ ଯାଇଥାଏ ।ସେହି ସମୟରେ ସେ ଅଧର୍ମୀ କୌରବଙ୍କ ଅନ୍ନ ଖାଉଥିଲେ ସେଥିପାଇଁ ତାଙ୍କ ବିଚାରଧାରା ମଧ୍ୟ ସେହିପରି ହୋଇଯାଇଥିଲା ଏବଂ ତାଙ୍କୁ ସେଥିରେ କୌଣସି ଭୁଲ୍ ନଜର ଆସିନଥିଲା।

ଗରୁଡ଼ ପୁରାଣର ଆଚାର କାଣ୍ଡରେ କୁହାଯାଇଛି ଯେ ଆମକୁ କେଉଁ ୧୦ ପ୍ରକାରର ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କରିବା ଅନୁଚିତ୍। ଯଦି ଆମେ ଏହି ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କରିଥାଉ ତେବେ ଆମ ପାପ ବୃଦ୍ଧି ହୋଇଥାଏ।

୧. ଚୋର କିମ୍ବା ଅପରାଧୀ : ଯଦି କୌଣସି ବ୍ୟକ୍ତି ଚୋର, ନ୍ୟାୟାଳୟରେ ତା’ର ଅପରାଧ ସିଦ୍ଧ ହୋଇଯାଇଥାଏ ତେବେ ସେହି ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କରିବା ଅନୁଚିତ୍। ଗରୁଡ଼ ପୁରାଣ ଅନୁସାରେ ଏପରି ବ୍ୟକ୍ତିଙ୍କ ଘରେ ଖାଇବା ଦ୍ବାରା ତା’ର ପାପର ପ୍ରଭାବ ଆମ ଉପରେ ପଡ଼ିଥାଏ।

୨. ଚରିତ୍ରହୀନ ସ୍ତ୍ରୀ : ଏକଥା ମନେ ରଖନ୍ତୁ ଯେ ଚରିତ୍ରହୀନ ସ୍ତ୍ରୀ ପ୍ରସ୍ତୁତ କରିଥିବା ଖାଦ୍ୟ କିମ୍ବା ତା’ ଘରେ ଭୋଜନ ଗ୍ରହଣ କରିବା ଅନୁଚିତ୍। ଚରିତ୍ରହୀନ ସ୍ତ୍ରୀର ଅର୍ଥ ଯେଉଁ ସ୍ତ୍ରୀ ନିଜ ଇଚ୍ଛାରେ ଅଧର୍ମ ଆଚରଣ କରିଥାଏ । ଗରୁଡ଼ ପୁରାଣରେ ଲେଖାଯାଇଛି ଯେ ଯେଉଁ ବ୍ୟକ୍ତି ଏପରି ସ୍ତ୍ରୀଙ୍କ ଘରେ ଭୋଜନ ଗ୍ରହଣ କରିଥାଏ ସେ ତା’ର ପାପର ଫଳ ପାଇଥାଏ।

୩. ସୁଧଖୋର : ଆଜିକାଲି ଅଧିକାଂଶ ଲୋକ ସୁଧରେ ସମସ୍ତଙ୍କୁ ଟଙ୍କା ଦେଉଛନ୍ତି। କିନ୍ତୁ ଯେଉଁ ଲୋକମାନେ ଅନ୍ୟର ଫାଇଦା ଉଠାଇବା ପାଇଁ ଅତ୍ୟଧିକ ସୁଧ ପାଇଥାନ୍ତି ତାଙ୍କ ଘରେ ଖାଇବା ଅନୁଚିତ୍। ଯେକୌଣସି ପରିସ୍ଥିତିରେ ଅନ୍ୟର ଫାଇଦା ଉଠାଇବାକୁ ପାପ ବୋଲି କୁହାଯାଇଛି। ଭୁଲ୍ ଉପାୟରେ ଅର୍ଜିଥିବା ଧନ ଅଶୁଭ ଫଳ ଦେଇଥାଏ।

୪.ରୋଗୀ ବ୍ୟକ୍ତି : ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ କିମ୍ବା କୌଣସି ବ୍ୟକ୍ତି ଛୁଆଁ ରୋଗରେ ପୀଡ଼ିତ ତେବେ ତାଙ୍କ ଘରେ ଭୋଜନ ଗ୍ରହଣ କରିବା ଅନୁଚିତ୍। ଏପରି ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କରିବା ଦ୍ବାରା ଆମେ ମଧ୍ୟ ସେହି ରୋଗରେ ପଡ଼ିବାର ଆଶଙ୍କା ଥାଏ। ଏହା ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

୫. ଅତ୍ୟଧିକ କ୍ରୋଧୀ ବ୍ୟକ୍ତି : କ୍ରୋଧ ମନୁଷ୍ୟର ସବୁଠୁ ବଡ଼ ଶତ୍ରୃ। ଅଧିକାଂଶ ସମୟରେ ମନୁଷ୍ୟରେ କ୍ରୋଧରେ ବଶବର୍ତ୍ତୀ ହୋଇ ଭଲ କିମ୍ବା ମନ୍ଦ ମଧ୍ୟରେ ଥିବା ଫରକକୁ ଭୁଲି ଯାଇଥାଏ। ଫଳରେ ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ଯେଉଁମାନେ ସବୁବେଳେ କ୍ରୋଧିତ ହୋଇଥାଆନ୍ତି ତାଙ୍କ ଘରେ ଭୋଜନ କରିବା ଉଚିତ୍। ଏପରି ବ୍ୟକ୍ତିଙ୍କ ଘରେ ଭୋଜନ ଗ୍ରହଣ କଲେ ଏହି ଗୁଣ ଆମ ମଧ୍ୟରେ ମଧ୍ୟ ପ୍ରବେଶ କରିପାରେ।

୬.ନଂପୁସକ ବା କିନ୍ନର : କିନ୍ନରଙ୍କୁ ଦାନ କରିବାର ବିଶେଷ ବିଧାନ ବିଷୟରେ କୁହାଯାଇଛି। ଏପରି କୁହାଯାଇଥାଏ ଯେ ଏମାନଙ୍କୁ ଦାନ କରିବା ଦ୍ବାରା ଆମକୁ ଅକ୍ଷୟ ପୁଣ୍ୟ ମିଳିଥାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଏମାନଙ୍କୁ ଦାନ ଦେବା ଉଚିତ୍ କିନ୍ତୁ ଏମାନଙ୍କ ଘରେ ଭୋଜନ କରିବା ଅନୁଚିତ୍। କିନ୍ନରମାନେ ଅନେକ ପ୍ରକାରର ଲୋକଙ୍କ ଦାନରେ ଧନପ୍ରାପ୍ତି କରିଥାଆନ୍ତି । ଏମାନଙ୍କୁ ଦାନ କରୁଥିବା ବ୍ୟକ୍ତି ଭଲ କିମ୍ବା ଖରାପ ମଧ୍ୟ ହୋଇପାରନ୍ତି।

୭. ନିର୍ଦୟୀ ବ୍ୟକ୍ତି : ଯଦି କୌଣସି ବ୍ୟକ୍ତି ନିର୍ଦୟୀ,ଅନ୍ୟମାନଙ୍କ ପ୍ରତି ଅମାନବୀୟ ହୋଇଥାଆନ୍ତି ,ସମସ୍ତଙ୍କୁ କଷ୍ଟ ଦେଇଥାଆନ୍ତି ତେବେ ତାଙ୍କ ଘରେ ଭୋଜନ କରିବା ଅନୁଚିତ୍। ଏପରି ବ୍ୟକ୍ତିଙ୍କ ଦ୍ବାରା ଅର୍ଜିତ କରାଯାଇଥିବା ଧନରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଦ୍ବାରା ଆମ ସ୍ବଭାବ ମଧ୍ୟ ଏପରି ହୋଇପାରେ।

୮. ନିର୍ଦୟୀ ରାଜା : ଯଦି କୌଣସି ରାଜା ନିର୍ଦୟୀ ଏବଂ ସେ ପ୍ରଜାଙ୍କ ଦୁଃଖ କଷ୍ଟ ନବୁଝି କଷ୍ଟ ଦେଇଥାଏ ତେବେ ତାଙ୍କ ଘରେ ଭୋଜନ କରିବା ଉଚିତ୍। ରାଜାଙ୍କ କର୍ତ୍ତବ୍ୟ ହେଉଛି ପ୍ରଜାଙ୍କ ଧ୍ୟାନ ରଖିବା ଏବଂ ନିଜ ଅଧୀନରେ ରହୁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବା। ଯେଉଁ ରାଜା ଲୋକଙ୍କୁ କଷ୍ଟ ଦେଇଥାଏ ସେମାନଙ୍କ ଘରେ ଖାଇବା ଅନୁଚିତ୍।

୯. ଚୁଗଲିଖୋର ବ୍ୟକ୍ତି : ଯେଉଁ ବ୍ୟକ୍ତି ଅନ୍ୟର ସବୁବେଳେ ଚୁଗଲି କରିଥାଆନ୍ତି ସେମାନଙ୍କ ଘରେ କିମ୍ବା ସେମାନଙ୍କ ପ୍ରସ୍ତୁତ ଖାଦ୍ୟ ଖାଇବା ଅନୁଚିତ୍। ଚୁଗଲି କରିବା ଖରାପ ଅଭ୍ୟାସ। ଚୁଗଲି କରୁଥିବା ବ୍ୟକ୍ତି ସବୁବେଳେ ଅନ୍ୟକୁ ଅସୁବିଧାରେ ଫସାଇ ଦେଇଥାଆନ୍ତି ଏବଂ ନିଜେ ମଜା ଲୁଟିଥାଆନ୍ତି। ଏହି କାମକୁ ମଧ୍ୟ ପାପ ଶ୍ରେଣୀରେ ରଖାଯାଇଛି।  ତେଣୁ ଏହିପରି ବ୍ୟକ୍ତିଙ୍କ ଘରେ ଖାଇବା ଅନୁଚିତ୍।

୧୦. ନିଶା ଦ୍ରବ୍ୟ ବିକ୍ରି କରୁଥିବା ବ୍ୟକ୍ତି : ନିଶା କରିବା ମଧ୍ୟ ପାପ ଶ୍ରେଣୀରେ ରଖାଯାଇଛି। ଯେଉଁ ବ୍ୟକ୍ତିମାନେ ନିଶା ଦ୍ରବ୍ୟ ବିକ୍ରି କରିଥାଆନ୍ତି,ଗରୁଡ଼ ପୁରାଣ ଅନୁସାରେ ଏପରି ବ୍ୟକ୍ତିଙ୍କ ଘରେ ଖାଦ୍ୟ ଖାଇବା ଅନୁଚିତ୍। ନିଶା ସେବନ ଯୋଗୁଁ ଅନେକ ଲୋକଙ୍କ ଘରସଂସାର ବରବାଦ ହୋଇଯାଇଥାଏ। ଏହି ଦୋଷ ନିଶା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଲାଗିଥାଏ। ଏପରି ବ୍ୟକ୍ତିଙ୍କ ଘରେ ଖାଇବା ଦ୍ବାରା ତାଙ୍କ ପାପର ପ୍ରଭାବ ଆମ ଉପରେ ପଡ଼ିଥାଏ।    

   Related Posts