ଭୀଷ୍ମ ପିତାମହଙ୍କ ଅନୁସାରେ ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ

Published By : Prameya-News7 Bureau | February 28, 2021 IST

ଭୁବନେଶ୍ୱର ୨୮/୦୨ : ଭୀଷ୍ମ ପିତାମହ ଅର୍ଜୁନଙ୍କୁ ଦେଇଥିବା ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶରେ କହିଥିଲେ ଯେ ଖାଇବା ଥାଳିରେ ଗୋଡ ବାଜିଗଲେ ସେ ଥାଳିରେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ। ସେ ଥାଳିକୁ ତ୍ୟାଗ କରିଦେବା ଉଚିତ। ଭୀଷ୍ମ କହିଥିଲେ ଯେ ଭୋଜନ ସମୟରେ ଥାଳିରୁ ଚୁଟି ବାହାରିଲେ ମଧ୍ୟ ସେ ଭୋଜନ ଵାହଗା କରିଦେବା ଉଚିତ। ଚୁଟି ବାହାରିବା ପରେ ବି ଯଦି ସେ ଭୋଜନ କରାଯାଏ ତାହେଲେ ଦରିଦ୍ରତା ଆଶଙ୍କା ରହିଥାଏ। 

ଭୋଜନ ଥାଳି ବଢ଼ା ଯାଇଥିବା ସମୟରେ ସେହି ଥାଳିକୁ ଯଦି କିଏ ଡେଇଁ ଯାଏ ତାହେଲେ ସେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ। ଏହାକୁ ଅଳିଆ ସହ ସମାନ ବୋଲି କୁହାଯାଏ। ଭୀଷ୍ମ ପିତାମହ ଅର୍ଜୁନଙ୍କୁ କହିଥିଲେ ଯେ ଗୋଟିଏ ଥାଳିରେ ଭାଇ-ଭଉଣୀ ଭୋଜନ କଲେ ସେ ଅମୃତ ସହ ସମାନ। ଭାଇ-ଭଉଣୀ ଗୋଟିଏ ଥାଳିରେ ମିଶି ଭୋଜନ କଲେ ଧନଧାନ୍ୟ, ସ୍ୱାସ୍ଥ୍ୟ ଓ ଶ୍ରୀ ବୃଦ୍ଧି ହୋଇଥାଏ। ଅର୍ଜୁନ ସ୍ୱୟଂ ୫ ଭାଇ ଥିଲେ ଏବଂ ସବୁବେଳେ ମିଳିମିଶି ଭୋଜନ କରୁଥିଲେ।

{"id":416049,"sizeSlug":"large","linkDestination":"none"}

ଲାକ୍ଷାଗୃହ ଭଠନ ପରେ ବ୍ରାହ୍ମଣ ଭେଷରେ ଅର୍ଜୁନ ଯେତେବେଳେ ଦ୍ରୋପଦୀଙ୍କୁ ସ୍ଵୟମ୍ବରରେ ଜିତିଥିଲେ ମାତା କୁନ୍ତୀ ନ ଜାଣି ତାଙ୍କୁ ୫ ଭାଇ ମଧ୍ୟରେ ବାଣ୍ଟି ଦେବାକୁ କହି ଦେଇଥିଲେ। ସେତେବେଳେ ସମସ୍ତଙ୍କ ପାଇଁ ଧର୍ମ ସଙ୍କଟ ଛିଡା ହୋଇଥିଲା। ଏହାପରେ ଦ୍ରୋପଦୀ ୫ ଭାଇଙ୍କ ଆତ୍ମା ରୂପରେ ସ୍ଥାନ ପାଇଲେ।

ଭୀଷ୍ମ ପିତାମହ ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ କରିବାକୁ ଠିକ ବୋଲି କହି ନାହାନ୍ତି। ତାଙ୍କ ଅନୁସାରେ ସ୍ୱାମୀ-ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ ଗ୍ରହଣ କଲେ ସେହି ଥାଳି ମାଦକ ପଦାର୍ଥରେ ଭାରି ଗଲା ସହ ସମାନ ହୋଇଥାଏ। ତାଙ୍କ ଅନୁସାରେ ସମ୍ଭବତଃ ସ୍ତ୍ରୀ ସ୍ୱାମୀଙ୍କ ପରେ ଭୋଜନ କରିବା ଉଚିତ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଭୀଷ୍ମ ପିତାମହଙ୍କ ଏହି କଥାକୁ ଅନେକ ବ୍ୟକ୍ତି ଠିକ ବୋଲି ନ ଭାବି ପାରନ୍ତି କିନ୍ତୁ ଏହା କେବଳ ପୌରାଣିକ ମାନ୍ୟତା ଆଧାରରେ ଏଠାରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.