ଆପଣଙ୍କ ରାଶି ଅନୁସାରେ ଏପରି ପୋଷାକ କରନ୍ତୁ ପରିଧାନ : ବଦଳିଯିବ ଭାଗ୍ୟ

Published By : Prameya-News7 Bureau | December 10, 2019 IST

ଆମେ ଯେତେବେଳେ କାହାକୁ ଭେଟିଥାଉ ସେତେବେଳେ ଆମ ଧ୍ୟାନ ପ୍ରାୟତଃ ସେହି ବ୍ୟକ୍ତିଙ୍କ ବେଶଭୂଷା ଉପରେ ପଡ଼ିଥାଏ। ତାଙ୍କ ପୋଷାକ ସହ ଆମର ପ୍ରଥମ ପରିଚୟ ହୋଇଥାଏ। ଆମେ ଯେଉଁ ଭଳି ପୋଷାକ ପିନ୍ଧିଥାଉ ଆମ ବିଚାର ମଧ୍ୟ ସେହି ଭଳି ହୋଇଥାଏ। ଆମ ଜୀବନରେ ପୋଷାକର ବହୁତ ବଡ଼ ଭୂମିକା ରହିଥାଏ। ଜ୍ୟୋତିଷଶାନ୍ତ୍ର ଅନୁସାରେ ଯଦି ଆମେ ରାଶି ହିସାବରେ ପୋଷାକ ବାଛିବୁ ତେବେ ନା କେବଳ ସକରାତ୍ମକ ଶକ୍ତି ଏବଂ ଉତ୍ସାହ ଆସିଥାଏ ବରଂ ଭାଗ୍ୟ ମଧ୍ୟ ଉଦୟ ହୋଇଥାଏ।

{"id":196020,"sizeSlug":"large"}

୧.ମେଷ ରାଶି : ମେଷ ରାଶିର ବ୍ୟକ୍ତିଙ୍କୁ ହାଲୁକା ଏବଂ ଶାଳୀନ ପୋଷାକ ପିନ୍ଧିବା ଉଚିତ୍। ଏପରି ପୋଷାକ ପିନ୍ଧିବା ଦ୍ବାରା ଏମାନଙ୍କ ବ୍ୟକ୍ତିତ୍ବ ଗମ୍ଭୀର ହେବ।

{"id":196021,"sizeSlug":"large"}

୨. ବୃଷ ରାଶି : ବୃଷ ରାଶିର ବ୍ୟକ୍ତିଙ୍କୁ ଅଳ୍ପ ଚମକଦାର ଏବଂ ସୁନ୍ଦର ରଙ୍ଗର ପୋଷାକ ପିନ୍ଧିବା ଉଚିତ୍।

{"id":196022,"sizeSlug":"large"}

୩. ମିଥୁନ ରାଶି : ମିଥୁନ ରାଶିର ବ୍ୟକ୍ତିମାନେ ପିନ୍ଧିବା ମାମଲାରେ ଅଧିକ ସତର୍କ ରହିବା ଉଚିତ୍। ସେ ବହୁତ ଭଲ ଭାବେ ଜାଣିଥାଆନ୍ତି ଯେ ତାଙ୍କୁ କ’ଣ ପିନ୍ଧିବା ଉଚିତ୍ କ’ଣ ନୁହେଁ।

{"id":196023,"sizeSlug":"large"}

୪. କର୍କଟ ରାଶି : କର୍କଟ ରାଶିର ବ୍ୟକ୍ତିମାନେ ନିଜ ମନ ମୁତାବକ ପିନ୍ଧି ଥାଆନ୍ତି। ଭଲ ମୁଡ ଥିଲେ ଏମାନେ ଠିକଭାବେ ପିନ୍ଧିଥାଆନ୍ତି ନହେଲେ ଏମାନେ କିଛି ବି ଓଲଟା ସିଧା ପିନ୍ଧି ଦେଇଥାଆନ୍ତି।

{"id":196024,"sizeSlug":"large"}

୫. ସିଂହ ରାଶି : ସିଂହ ରାଶିର ବ୍ୟକ୍ତି ସବୁବେଳେ ପରିଷ୍କାର ପୋଷାକ ଏବଂ ଠିକ ଶୈଳୀରେ ପିନ୍ଧିବା ଉଚିତ୍। ଏପରି କରିବା ଦ୍ବାରା ପ୍ରଭାବ ମଧ୍ୟ ବଢ଼ିବ ଏବଂ ସଂଘର୍ଷ ବି କମ୍ ହେବ।

{"id":196025,"sizeSlug":"large"}

୬. କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତି ସବୁବେଳେ ଓଲଟା ସିଧା ପୋଷାକ ପିନ୍ଧିଥାଆନ୍ତି। ଏମାନଙ୍କୁ ନିଜ ପୋଷାକ ପ୍ରତି ଧ୍ୟାନ ଦେବା ଉଚିତ୍। ଏପରି କରିବା ଦ୍ବାରା ସମ୍ପର୍କ ଏବଂ ମନ ଭଲ ରହିବ।

{"id":196027,"sizeSlug":"large"}

୭. ତୁଳା ରାଶି : ପରିଧାନ ଏବଂ ଷ୍ଟାଇଲ ମାମଲାରେ ତୁଳା ରାଶି ସବୁଠୁ ଶକ୍ତିଶାଳୀ ରାଶି। ତୁଳା ରାଶିର ବ୍ୟକ୍ତି ନିଜ ପରିଧାନ ଶୈଳୀ ଦ୍ବାରା ଅନ୍ୟକୁ ପ୍ରଭାବିତ କରିଥାଆନ୍ତି।

{"id":196028,"sizeSlug":"large"}

୮. ବିଛା ରାଶି : ବିଛା ରାଶିର ବ୍ୟକ୍ତିମାନେ ସବୁବେଳେ ନିଜ ପରିଧାନକୁ ନେଇ ସାବଧାନତା ଅବଲମ୍ବନ କରିବା ଉଚିତ୍। ନଚେତ ଅନ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

{"id":196029,"sizeSlug":"large"}

୯. ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କୁ ବିଶେଷ କାର୍ଯ୍ୟ ଏବଂ ବିଶେଷ ଦିନରେ ନିଜ ପରିଧାନ ପ୍ରତି ଯତ୍ନବାନ୍ ହେବା ଉଚିତ୍।

{"id":196030,"sizeSlug":"large"}

୧୦. ମକର ରାଶି: ମକର ରାଶିର ବ୍ୟକ୍ତିଙ୍କୁ ନିଜ ବୟସ ଅନୁସାରେ ପରିଧାନ କରିବା ଉଚିତ୍।

{"id":196031,"sizeSlug":"large"}

୧୧. କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍।

{"id":196032,"sizeSlug":"large"}

୧୨. ମୀନ ରାଶି : ମୀନ ରାଶିର ବ୍ୟକ୍ତିଙ୍କୁ ନିଜ ପରିଧାନ ଶୈଳୀରେ ରଙ୍ଗ ଏବଂ ଷ୍ଟାଇଲ୍ ଅଳ୍ପ ବହୁତ ଧ୍ୟାନ ରଖିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.