ପର୍ଣ୍ଣ ଫିଲ୍ମ ଦେଖିବା କ୍ଷେତ୍ରରେ ସବୁଠୁ ଆଗରେ ଅଛନ୍ତି ପାକିସ୍ତାନୀ ମହିଳା : ସର୍ଭେ

Published By : Prameya-News7 Bureau | April 23, 2019 IST

wp:heading {"level":5}
ପାକିସ୍ତାନ ମହିଳାମାନେ ସାମାଜିକ ସ୍ବଧୀନତା କ୍ଷେତ୍ରରେ ପଛରେ ରହିଛନ୍ତି । ବୁର୍ଖା ତଳେ ଜୀବନ ବିତାଉଥିବା ଏହି ମହିଳା ମାନେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ବେଶ ପଛୁଆ । ରାଜନୀତି ହେଉ କି ଅଫିସରେ କାମ କରିବା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବହୁତ କମ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଉ ଏକ କ୍ଷେତ୍ରରେ ପାକିସ୍ତାନ ମିହିଲାମାନେ ପୁରୁଷଙ୍କୁ ଟପିଯାଇଛନ୍ତି ।
/wp:heading {"id":106472,"width":584,"height":452}
wp:heading {"level":5}
କେବଳ ପାକିସ୍ତାନୀ ପୁରୁଷଙ୍କୁ ଏ କ୍ଷେତ୍ରରେ ମହିଳାମାନେ ଟପି ନାହନ୍ତି ବରଂ ପାଶ୍ଚାତ୍ୟ ଦେଶର ମହିଳାଙ୍କୁ ମଧ୍ୟ ମାତ ଦେଇଛନ୍ତି ।  ପାକିସ୍ତାନଭଳି ଏକ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ ପୁରୁଷଙ୍କଠୁ ଅଧିକ ନିଜ ଯୌନ ଜୀବନ ପ୍ରତି ସଚେତନ ଏବଂ ଏହାର ଭରପୁର ମଜା ଲୁଟନ୍ତି। ଏଠାର ମହିଳାମାନେ ଅଧିକ ରୋମାଣ୍ଟିକ ।
/wp:heading {"id":106473}
wp:heading {"level":5}
ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ, ଆଡଲ୍‌ଟ ଫିଲ୍ମ ଦେଖିବାରେ ସବୁଠୁ ଆଗରେ ଅଛନ୍ତି ପାକିସ୍ତାନୀ ମହିଳା। ଏଠାରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆଡଲ୍‌ଟ ଫିଲ୍ମ ଦେଖିବାକୁ ପସନ୍ଦ କରିବାର କାରଣ ସମ୍ପର୍କରେ ମଧ୍ୟ ବିଶେଷ ଅନୁଧ୍ୟାନ ହୋଇଛି । ପର୍ଣ୍ଣ ହବ ପକ୍ଷରୁ ଏ ସମ୍ପର୍କିତ ଏକ ସୂଚନା ସାମ୍ନାକୁ ଆସିଛି। ଏଥିରୁ ଜଣା ପଡିଛି ଯେ, ଦୁନିଆରେ ସବୁଠୁ ଅଧିକ ପର୍ଣ୍ଣ ଫିଲ୍ମ ପାକିସ୍ତାନରେ ମହିଳା ଦେଖିବାର କାରଣ ହେଉଛି ବୁର୍ଖା ତଳେ ଚାପି ହୋଇ ରହିଯାଉଥିବା ସେମାନଙ୍କ ଗୋପନ ଇଚ୍ଛା ସାକାର ନହେବା ।
/wp:heading {"id":106477,"width":567,"height":546}
wp:heading {"level":5}
ସମଗ୍ର ଦୁନିଆର ୬୦ ନିୟୁତ ମହିଳା ପର୍ଣ୍ଣ ଫିଲ୍ମ ଆନନ୍ଦ ସହ ଦେଖନ୍ତି। ଏଥି ମଧ୍ୟରୁ ଆଧିକାଂଶ ହେଉଛନ୍ତି ପାକିସ୍ତାନୀ ମହିଳା । ଅନ୍ୟ ଫିଲ୍ମଠାରୁ ସେମାନେ ଆଡଲ୍‌ଟ ଫିଲ୍ମ ଦେଖିବା ଅଧିକ ପସନ୍ଦ କରନ୍ତି। ଫ୍ରାନ୍ସ, ଆମେରିକା, ଅଷ୍ଟ୍ରେଲିଆ, ୟୁରୋପର ଡାଟାକୁ ନେଇ ତୁଳନା କରାଗଲେ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନର ମହିଳାମାନେ ସବୁଠୁ ଅଧିକ ପର୍ଣ୍ଣ ଫିଲ୍ମ ଦେଖନ୍ତି।
/wp:heading {"id":106480}
wp:heading {"level":5}
ସାମାଜିକ ଦୃଷ୍ଟି କୋଣରୁ ଏହା ଭଲ ବା ଖରାପ ତାହା ଭିନ୍ନ କଥା । କିନ୍ତୁ ପର୍ଣ୍ଣ ଫିଲ୍ମ ନିର୍ମାଣକାରୀ ସଂସ୍ଥା ଏବେ ପାକିସ୍ତାନ ମହିଳାଙ୍କ ଋଚିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଏଭଳି ଫିଲ୍ମ ନିର୍ମାଣ କରୁଛନ୍ତି । ପାକିସ୍ତାନକୁ ପର୍ଣ୍ଣ ଫିଲ୍ମର ବଡ ବଜାର ବୋଲି ମଧ୍ୟ ଧରିନିଆଯାଇଛି ।  
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.