oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ରାସ୍ତା ସାରା ବଡବଡ ଖାଲ ଖମା : ‘ମୃତ୍ୟୁ ଘାଟି’ ପାଲଟିଛି କେନ୍ଦ୍ରାପଡା-ଇନ୍ଦୁପୁର ମୁଖ୍ୟ ରାସ୍ତା

9/09/2019 at 3:13 PM

କେନ୍ଦ୍ରାପଡ଼ା ୯/୯: କେନ୍ଦ୍ରାପଡ଼ା-ଇନ୍ଦୁପୁର ମୁଖ୍ୟ ରାସ୍ତା । ଏଇ ରାସ୍ତାରେ ପଥଚାରୀଙ୍କୁ ଅପେକ୍ଷା କରି ବସିଥାଏ ମୃତ୍ୟୁ । ୧୨ କିଲୋମିଟରର ଏହି ରାସ୍ତା ସାରା ବଡବଡ ଖାଲ ଖମା । ବର୍ଷା ପୂର୍ବରୁ ଏ ନେଇ ନ୍ୟୁଜ୍ ୭ ରେ ଖବର ପ୍ରସାରଣ  ହୋଇଥିଲା । କିନ୍ତୁ ସମସ୍ୟାର ସମାଧାନ ହୋଇନି ।  ଆଉ ପ୍ରତି ଥର ପ୍ରଶାସନର ସେଇ ଗୋଟିଏ ଉତ୍ତର, ‘ଖୁବ୍ ଶୀଘ୍ର ମରାମତି ହେବ’ ।

ରାସ୍ତା ସାରା ବଡବଡ ଖାଲ । ଖାଲରେ ଭର୍ତି ହୋଇଛି ବର୍ଷା ପାଣି । ପ୍ରତି ମୁହୁର୍ତ୍ତରେ ଘଟୁଛି ଛୋଟ ବଡ ଦୁର୍ଘଟଣା । ‘ମୃତ୍ୟୁ ଘାଟି’ ପାଲଟିଛି କେନ୍ଦ୍ରାପଡା-ଇନ୍ଦୁପୁର ମୁଖ୍ୟ ରାସ୍ତା ।  ୧୨ କିଲୋମିଟର ଏହି ରାସ୍ତାରେ  ପ୍ରତିଦିନ  ହଜାର ହଜାର ଲୋକେ ଯାତାୟତ କରନ୍ତି । ବାରିମୂଳ, ନିକିରାଇ, ଧୂମାତ, ଇନ୍ଦୁପର, ଅଳପୁଆ, ଘାଗରା, ଚଉଦକୁଲା ଦେଇ ରାସ୍ତାଟି ପଟାମୁଣ୍ଡାଇକୁ ସଂଯୋଗ କରୁଛି। କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ ଯାଜପୁର ଜିଲ୍ଲାକୁ ମଧ୍ୟ ଲମ୍ବିଛି ଏହି ରାସ୍ତା। ପ୍ରାୟ ୩୦ରୁ ଅଧିକ ପଂଚାୟତର ଲକ୍ଷାଧିକ ଲୋକ କେନ୍ଦ୍ରାପଡାକୁ ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ । ତେବେ ରାସ୍ତାର ଦୁରାବସ୍ଥା ଡାକିଆଣୁଛି ଦୁର୍ଘଟଣା । କିଏ ଆହତ ହେଉଛି ତ ଆଉ କାହାର ଜୀବନ ଚାଲିଯାଉଛି।

କେନ୍ଦ୍ରାପଡା-ଇନ୍ଦୁପୁର ରାସ୍ତାର ଉଭୟ ପାର୍ଶ୍ବରେ ସ୍କୁଲ, କଲେଜ୍ ଏବଂ ସରକାରୀ କାର୍ଯୟାଳୟ ରହିଛି। କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଇନ୍ଦୁପର ହାଇସ୍କୁଲ, ନିକିରାଇ କଲେଜ୍, ବିରୂପା କଲେଜ୍ ଏବଂ ଇନ୍ଦୁପୁର ହସପିଟାଲକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ପ୍ରତିଦିନ ହଜାର ହଜାର ଛାତ୍ର ଛାତ୍ରୀ, କର୍ମଜୀବୀ, ରୋଗୀ ଏହି ବାଟ ଦେଇ ଯିବା ଆସିବା କରୁଛନ୍ତି । ରାସ୍ତାର ଦୂରାବସ୍ଥା ନେଇ ବର୍ଷା ଆଗରୁ ନ୍ୟୁଜ-୭ ରେ ଖବର  ପ୍ରସାରଣ କରାଯାଇଥିଲା । କିନ୍ତୁ ସବୁ ଜାଣି ନଜାଣିବା ପରି ବସି ପଡିଲେ ବିଭାଗୀୟ ଅଧିକାରୀ । ଏହି ରାସ୍ତାର ସମସ୍ୟା ନେଇ ଆମେ ପହଞ୍ଚିଥିଲୁ କେନ୍ଦ୍ରାପଡା ଜିଲ୍ଳାପାଳଙ୍କ ନିକଟରେ । ଶୁଣନ୍ତୁ କଣ କହୁଛନ୍ତି ଜିଲ୍ଲାପାଳ। 

   Related Posts