ଟ୍ରାକ୍ଟର ଓଲଟି ଜଣେ ମୃତ

Published By : Prameya-News7 Bureau | July 05, 2018 IST

ଟ୍ରାକ୍ଟର ଓଲଟି ଜଣେ ମୃତ । ଖୋର୍ଦ୍ଧା ବେଗୁନିଆ ଥାନା କେନ୍ଦୁପଲ୍ଲୀ ନିକଟରେ ଦୁର୍ଘଟଣା । ମୃତକ କଣ୍ଟାବାଣି ଗାଁର ଶ୍ରମିକ ବାଇଆ ନାୟକ । ମାଙ୍କଡା ପଥର ବୋଝେଇ ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ଦୁର୍ଘଟଣା ହୋଇଛି । ତେବେ ଗତକାଲିର ଏହି ଦୁର୍ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା । କ୍ଷତିପୂରଣ ଦାବିରେ ଗଁପୁର ଠାରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଫଳରେ ଖୋର୍ଦ୍ଧା-ବାଙ୍କୀ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.