ସେଲମରେ ଭୟଙ୍କର ଦୁର୍ଘଟଣା; ନିମିସକେ ଚାଲିଗଲା ୬ ଜୀବନ
6/09/2023 at 11:43 AM

ଚେନ୍ନାଇ: ମୃତ୍ୟୁର ଲାଇଭ୍ ଚିତ୍ର । ନିମିସକେ ଉଡ଼ିଗଲା ୬ ପ୍ରାଣ । ଅତି ଭୟଙ୍କର ଏ ଦୁର୍ଘଟଣା । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତାମିଲନାଡୁର ସେଲମ ଜିଲ୍ଲାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସଙ୍କାରୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ଟ୍ରକକୁ କାର୍ ପଛପଟୁ ପିଟିବାରୁ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ଛୋଟ ପିଲା ରହିଛି ।
ସୂଚନା ଅନୁଯାୟୀ, ବୁଧବାର ଭୋର ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଉଛନ୍ତି, ସେଲଭାରାଜ, ଏମ. ଏରୁମୁଗାମ, ମଞ୍ଜୁଳା, ପାଲାନିସାମୀ, ପାପାଥୀ, ଆର. ସେଞ୍ଜନା । ସମସ୍ତ ମୃତକ ଇରୋଡ୍ ଜିଲ୍ଲା ପେରୁନ୍ଦୁରାଇ ହରିଜନ କଲୋନୀର ବୋଲି କୁହାଯାଉଛି । କୌଣସି କାମରେ ସେଲମରୁ ଇରୋଡ୍ ଫେରୁଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଟ୍ରକଟି ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ସେଲଭାରାଜଙ୍କ କାର୍ ପଛକୁ ପିଟିଥିଲା । ଏନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣ ଆହତଙ୍କୁ ସେଲମର ମୋହନ କୁମାରମଙ୍ଗଳମ ମେଡିକାଲ କଲେଜରେ ଭର୍ତ୍ତି କରିଥିଲା । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।