ସ୍କୁଟି ଚାଳକଙ୍କୁ ଚାପିଦେଲା ଯାତ୍ରୀବାହୀ ବସ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର
28/09/2020 at 11:00 PM

ଢେଙ୍କାନାଳ୨୮/୯: ସ୍କୁଟି ଚାଳକଙ୍କୁ ଚାପିଦେଲା ଯାତ୍ରୀବାହୀ ବସ। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ତେବେ ମୃତକ ହେଲେ ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ କସିଆଡିହି ବାଲିସାହିର ପ୍ରଶାନ୍ତ ନାଏକ। ମିଳିଥିବା ସୂଚନା ମୁତାବକ, ୫୫ ନମ୍ବର ଜାତୀୟ ରାଜପଥର ସଦରଥାନା ତେନ୍ତୁଳିଆପଡା ନିକଟରେ ଏହି ମର୍ମନ୍ତୁଡ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣା ଘଟିଥିବା ବସଟି ଅଭିଜିତ ନାନକ ବସ, ଅନୁଗୁଳରୁ ଢେଙ୍କାନାଳ ଆଡକୁ ଆସିବା ବେଳେ ସ୍କୁଟି ଚାଳକଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ସଦର ଥାନା ପୋଲିସ୍ ପହଁଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।