ବିଲ କାମ ସାରି ପିକ୍‌ଅପ୍‌ ଗାଡ଼ିରେ ଫେରୁଥିବା ବେଳେ ଦୁର୍ଘଟଣା, ୧୪ ଜଣ ମହିଳା ଆହତ

Published By : Prameya-News7 Bureau | August 10, 2022 IST

ସୁବର୍ଣ୍ଣପୁର,୧୦/୦୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଉର୍ଲେ ଛକ ନିକଟରେ ଏକ ପିକ୍‌ଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି l ସନ୍ଧ୍ୟାରେ ୧୪ଜଣ ମହିଳା ଶ୍ରମିକ ଫୁଲମୁଠି ଗାଁରୁ ବିଲରେ ପହ୍ଲାରୁଆ ସାରି ଏକ ପିକ୍‌ଅପ ଗାଡିରେ ବିନିକା ଫେରୁଥିବା ବେଳେ ବାଟରେ ଫୁଲମୁଠି ଛକ ଠାରେ ଭାରସାମ୍ୟ ହରାଇ ଏକ ବିଲ ଭିତରକୁ ପଶିଯାଇଥିଲା l ଫଳରେ ଏହି ଗାଡିରେ ଥିବା ୧୪ ଜଣ ମହିଳା ଶ୍ରମିକ ଥିବା ବେଳେ ପ୍ରାୟ ୬ଜଣ ମହିଳା ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ବିନିକା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ହେଲେ ଏହି ଦୁର୍ଘଟଣାରେ କେହି ଗୁରୁତର ନଥିବା ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.