ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 26, 2022 IST

ପାଟଣା, ୨୬।୦୯: ତୁରୁମୁଙ୍ଗା ଚମ୍ପୁଆ ରାସ୍ତାର ବଳା ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ତୁରୁମୁଙ୍ଗା ଥାନା ତେନ୍ତେଳା ଗ୍ରାମର ବାଦଲ ନାଏକ ବୋଲି ଜଣାପଡ଼ିଥିବା ବେଳେ ଜଜପଶିରୁ ଫୁଟବଲ ଖେଳ ଦେଖି ଫେରୁଥିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଛି । ବାରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.