ସମ୍ବଲପୁରରେ ବଣଭୋଜି ପାଇଁ ଯାଇଥିବା ଗାଡି ଦୁର୍ଘଟଣାରେ ଜଣେ ମୃତ ୧୨ଜଣ ଗୁରୁତର

Published By : Prameya-News7 Bureau | October 21, 2018 IST

ସମ୍ବଲପୁର ୨୦/୧୦: ସମ୍ବଲପୁରରେ ବଣଭୋଜି ପାଇଁ ଯାଇଥିବା ଗାଡି ଦୁର୍ଘଟଣାରେ ଜଣେ ମୃତ ୧୨ଜଣ ଗୁରୁତର । ମୃତକ ଜଣକ ହେଲେ ଅତାବିରା ଥାନା ଅନ୍ତର୍ଗତ ଡାଡଙ୍ଗପାଲି ଗାଁର ସୁକଦେଵ ବରିହା । ଆଜି ସନ୍ଧ୍ୟା ବେଳେ ପୋଟଳ ବ୍ୟବସାୟୀ ମାନେ ମହିନ୍ଦ୍ର ପିକ୍ ଅପ ଗାଡ଼ିରେ ଧରକୁସମ ନିକଟରେ ବଣ ଭୋଜି କରିବାକୁ ଯାଇଥିଲେ । ଫେରୁଥିବା ସମୟରେ ଗାଡ଼ିଟି ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ଦୃଘଟଣା ହୋଇ ଯାଇଥିଲା ସେଥିରେ ଥିବା ୧୩ ଜଣଯାତ୍ରୀଙ୍କ ମଧ୍ୟ ରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୧୨ ଜଣ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତେ ହେଉଛନ୍ତି ଅତାବିରା ଥାନା ଅନ୍ତର୍ଗତ ଡାଡଙ୍ଗପାଲି ଗାଁର ବାସିନ୍ଦା । ଦୁର୍ଘଟଣା ପରେ ଗାଡି ଚଳକ ଫେରାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.