ପୀର ଜାହାନିଆରେ ଅଘଟଣ, ସମୁଦ୍ରରେ ବୁଡି ୨ ନିଖୋଜ

Published By : Prameya-News7 Bureau | January 23, 2023 IST

କୋଣାର୍କ: ଅସ୍ତରଙ୍ଗ ପୀର ଜାହାନିଆରେ ଅଘଟଣ। ବଣଭୋଜି କରିବାକୁ ଆସି ସମୁଦ୍ରରେ ବୁଡିଗଲେ ୩ ଜଣ। ସେଥିରୁ ୨ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଜଣକୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

 ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ପିତେଇପୁରରୁ ୩ ଜଣ ଯୁବକ ଅସ୍ତରଙ୍ଗ ପୀର ଜାହାନିଆ ପର୍ଯ୍ୟଟନସ୍ଥଳୀକୁ ଭୋଜି କରିବାକୁ ଆସିଥିଲେ। ତେବେ ସମୁଦ୍ରରେ ସ୍ନାନ କରିବା ବେଳେ ୩ ଜଣ  ବୁଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଜଣକୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।  ଅନ୍ୟ ଦୁଇ ଜଣଙ୍କ ନିଖୋଜ ଥିବାର ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.