ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଜଙ୍ଗଲରେ ଦୁର୍ଘଟଣା, ଜଗୁଆଳିଙ୍କ ଉପରେ ମାଡ଼ିଗଲା ବାଉଁଶ ବୋଝେଇ ଟ୍ରାକ୍ଟର

28/08/2022 at 4:56 PM

ନୟାଗଡ,୨୮/୦୮: ନୟାଗଡ ରେଞ୍ଜ୍ ଚକାପଥର ଜଙ୍ଗଲରେ ବାଉଁଶ ବୋଝେଇ ଟ୍ରାକ୍ଟର ଚଢି ୱାଚର୍ ମୃତ । ମୃତକ ହେଲେ ନବୀନ ନାୟକ ।   ବନବିଭାଗର ନିର୍ଦ୍ଦେଶରେ ଏକ ଘରୋଇ ଟ୍ରାକ୍ଟରରେ ଆଜି ସକାଳେ କିଛି ଶ୍ରମିକଙ୍କୁ ନେଇ ବାଉଁଶ ଆଣିବାକୁ ଚକାପଥର ଜଙ୍ଗଲକୁ ଯାଇଥିଲେ ନବୀନ ।  ଗାଡି ପଛପଟେ ଛିଡା ହୋଇଥିବା ବେଳେ ଡ୍ରାଇଭର ଗାଡି ବ୍ୟାକ୍‌ କରିଦେବା କାରଣରୁ ଟ୍ରାକ୍ଟରର ଚକା ନବୀନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ନବୀନଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ଡ୍ରାଇଭର ରୁପ ରଣା ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଡ୍ରାଇଭରର ଅସାବଧାନତା ଯୋଗୁ ଦୁର୍ଘଟଣା ହୋଇଥିବା ବନବିଭାଗର ରେଞ୍ଜର ସୂଚନା ଦେଇଛନ୍ତି । ସେପଟେ ଡ୍ରାଇଭରକୁ ଗିରଫ ସହ କ୍ଷତିପୁରଣ ଦାବି କରିଛନ୍ତି ପରିବାର ଲୋକ । ନୟାଗଡ ସଦରଥାନା ଅଧିକାରୀ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts