କିଶୋରନଗର ବରଗାପାଲିରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ

Published By : Prameya-News7 Bureau | November 17, 2023 IST

ଆଠମଲ୍ଲିକ ୧୭/୧୧: ଟ୍ରକ୍ ଧକ୍କାରେ ୩ ମୃତ । ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଘଟିଛି ଏଭଳି ଦୁର୍ଘଟଣା । ବସ୍‌ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ରେଢ଼ାଖୋଲ ହସ୍ପିଟାଲରେ ୨ ଓ କିଶୋରନଗରରେ ଜଣଙ୍କ ମୃତ୍ୟୁ ।

କିଶୋରନଗର ମେଡିକାଲରେ ଥିବା ବ୍ୟକ୍ତି ନାଁ ଆନନ୍ଦ ପ୍ରଧାନ । ସୁନ୍ଦରଗଡ଼ରୁ ପ୍ରାଚୀ ନାମକ ବସ୍‌ଟି ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ଅଘଟଣ । ସେପଟେ ଘଟଣାସ୍ଥଳରେ କିଛି ସମୟ ପାଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନା ଥାଉକି, ପ୍ରାଚୀ ନାମକ ଯାତ୍ରୀବାହୀ ବସ୍ ସୁନ୍ଦରଗଡ଼ରୁ ଭୁବନେଶ୍ଵର ଯାଉଥିଲା । ଅନୁଗୁଳ ଜିଲ୍ଲା କିଶୋର ନଗର ବରଗାପାଲିରେ ବସ୍ଟି ପଙ୍କଚର ହେବାରୁ ଯାତ୍ରୀମାନେ ତଳକୁ ଓହ୍ଲାଇ ପଡ଼ିଥିଲେ । ଏହି ସମୟରେ ହଠାତ୍ ଏକ ଟ୍ରକ୍ ଆସି ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ରେଢାଖୋଲ ହସ୍ପିଟାଲରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଶୋର ନଗରରେ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.