କେନ୍ଦ୍ରାପଡ଼ା ଜଣ୍ଟିଲୋ ଛକରେ ଦୁର୍ଘଟଣା, ଦୁଇ ଗୁରୁତର, ଅନ୍ୟ ଏକ ଦୁର୍ଘଟଣାରେ ଜଣେ ମୃତ
1/01/2023 at 9:33 PM

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଜଣ୍ଟିଲୋ ଛକରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର l ଗୁରୁତର ଦୁଇଜଣ ହେଉଛନ୍ତି ଟାଉନ୍ ଥାନା ଅନ୍ତର୍ଗତ କାକଟର ବିଶ୍ୱଜିତ ପାତ୍ର ଓ ସଦର୍ ଥାନା ଅନ୍ତର୍ଗତ ମରଡପୁର ଗାଁର ସ୍ମୁତିରଞ୍ଜନ ନାୟକ l
ଉଭୟ ଏକ ବାଇକ୍ ଯୋଗେ କଟକ ଆଡୁ କେନ୍ଦ୍ରାପଡାକୁ ଫେରୁଥିଲେ l ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା l ଉଭୟ ବାଇକ୍ ଆରୋହୀଙ୍କୁ ପ୍ରଥମେ କେନ୍ଦ୍ରାପଡା ହସ୍ପିଟାଲ ପରେ ଅବସ୍ଥା ଗୁରୁତର ହେବାରୁ କଟକ ପଠାଇ ଦିଆଯାଇଛି l ସେହପରି ଅନ୍ୟ ଏକ ସଡକ ଦୁର୍ଘଟଣାରେ ବଟିରା ଅଞ୍ଚଳର ନକୁଳ ଚରଣ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ନାରଣ ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି l
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023