ଫୁଲବାଣୀରୁ ଜି ଉଦୟଗିରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ, ଅନ୍ୟଜଣେ ଗୁରୁତର

Published By : Prameya-News7 Bureau | August 07, 2022 IST

ଜି ଉଦୟଗିରି, ୦୭/୦୮: ଫୁଲବାଣୀରୁ ଜି ଉଦୟଗିରି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜି ଉଦୟଗିରି ଆସୁଥିବା ବେଳେ ଭଞ୍ଜପଦର ପାଖରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି କାର । ଘଟଣା ସ୍ଥଳରେ ଶିକ୍ଷକ ନାରାୟଣ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଶିକ୍ଷକ ସାନ୍ତୁନୁ ଆଚାର୍ଯ୍ୟଙ୍କୁ ଟିକାବାଲି ମେଡ଼ିକାଲକୁ ୧୦୮ ଆମ୍ୱୁଲାନ୍ସ ଯୋଗେ ଅଣାଯାଇଥିଲା ।

କିନ୍ତୁ ସାନ୍ତନୁଙ୍କର ଅବସ୍ଥା ଅତି ଗୁରତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଗାଡିଟି କ୍ଷୀପ୍ର ଗତିରେ ଥିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବାର ଅନୁମାନ କରାଯାଉଛି ବୋଲି ଟିକାବାଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.