ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ଦୁର୍ଘଟଣା, ସ୍ୱାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ମାଡିଗଲା କାର

Published By : Prameya-News7 Bureau | November 13, 2023 IST

ଭୁବନେଶ୍ୱର ୧୩/୧୧: ଆସିଥିଲେ ପିଣ୍ଡ ଦେବାକୁ, ଡାକିନେଲେ ବଡବଡୁଆ । ସ୍ୱାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ମାଡିଗଲା କାର୍ । ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ଦୁର୍ଘଟଣା । ଘଟଣାରେ ସ୍ୱାମୀ ଗୁରୁତର, କାର ଚାଳକ ଗିରଫ ।

ସୂଚନା ଥାଉକି, ଶ୍ରାଦ୍ଧ ଦେବାକୁ ଲିଙ୍ଗରାଜ ମନ୍ଦିର ଆସିଥିଲେ । ମନ୍ଦିର ପଶ୍ଚିମ ଦ୍ୱାରରେ ବସି ସ୍ୱାମୀଙ୍କ ସହିତ କଥା ହେଉଥିଲେ । ହଠାତ ପଛୁଆ ପଛୁଆ ଆସି ଏକ କାର ଦୁଇଜଣଙ୍କ ଉପରେ ମାଡିଗଲା । ଘଟଣା ସ୍ଥଳରେ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ତାରେ ସ୍ୱାମୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କାର ଚାଳକକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ରବିବାର ଥିଲା ଦୀପାବଳି, ଆସିଥିଲେ ଲିଙ୍ଗରାଜ ।

wp:embed {"url":"https://www.prameyanews7.com/actress-mausumi-naik-arrested/","type":"wp-embed","providerNameSlug":"prameya-news-7"}
https://www.prameyanews7.com/actress-mausumi-naik-arrested/
/wp:embed

ସୋମବାର ସକାଳ ପାଇଥିଲେ ପୁରୀ ଯାଇଥାନ୍ତେ । ଜଗନ୍ନାଥ ଦର୍ଶନ କରି ଘରକୁ ଫେରିଥାନ୍ତେ । ଦିଗପହଣ୍ଡିର ଯୁରିନାଥ ବେବର୍ତ୍ତା ଓ ତାଙ୍କ ପତ୍ନୀ ପ୍ରୟା ଶ୍ରାଦ୍ଧ ଦେଇ ଲିଙ୍ଗରାଜ ମନ୍ଦିରର ପଶ୍ଚିମ ଦ୍ୱାରରେ ବସିଥିଲେ । ହଠାତ ଏକ ନୁଆ କାର ପଛୁଆ ପଛୁଆ ଆସି ସ୍ୱାମୀ ସ୍ତ୍ରୀଙ୍କ ଉପରେ ମାଡି ଯାଇଥିଲା । ଘଟଣା ସ୍ଥଳରେ ପତ୍ନୀ ସୁଲୋଚନା ମହାନ୍ତିଙ୍କର ମୃତ୍ୟୁ ହୋଇଥିଲା ।

ଗୁରୁତର ଅବସ୍ଥାରେ ସ୍ୱାମୀ ବେବର୍ତ୍ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଏମ୍ସରେ ଚିକିସ୍ଥା ପାଇଁ ଭର୍ତ୍ତି କରାଯାଇଥିଲା । ଉଭୟ ଦିଗପହଣ୍ଡି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ । ଦୁର୍ଘଟଣା ସମୟରେ କାର ମାଲିକ ଗୌତମ ମିଶ୍ର ଓ ତାଙ୍କ ପୁଅ କାରରେ ଥିଲେ । ଡ୍ରାଇଭରର ଭୁଲ ଯୋଗୁ ଗୋଟିଏ ଅମୁଲ୍ୟ ଜିବନ ଚାଲିଗଲା ବୋଲି ପୋଲିସ କହିଛି । ଲିଙ୍ଗରାଜ ଥାନା ପୋଲିସ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.