୧୬ ନମ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା, ସିସିଟିଭିରେ କଏଦ୍ ହେଲା ଭିଜୁଆଲ
16/08/2022 at 7:34 PM

ଚଣ୍ଡିଖୋଲ, ୧୬/୦୮: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ସଡ଼କ ଦୁର୍ଘଟଣା । ୧୬ ନମ୍ୱର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ କାରଟି ଛତିଆରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଜାତୀୟ ରାଜପଥରେ କାରଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱରେ ଥିବା ବ୍ୟାରିକେଡ଼ ଭାଙ୍ଗି ଓଲଟି ପଡିଥିଲା । ତେବେ ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଁଚି ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଦୁର୍ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023