Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

୧୬ନଂ ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା, ୧୨ ଯାତ୍ରୀ ଆହତ

29/10/2022 at 8:19 PM

ଚୌଦ୍ୱାର, ୨୯/୧୦: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା । ବନ୍ଦାଳ ଟୋଲ ଗେଟ ନିକଟରେ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ବସ୍‌ଟି ଦୁର୍ଘଟଣା ଘଟିଥିଲା । ଡବ୍ଲୁ ବି ୫୧ ଏ ୪୨୦୯ ଏହି ନଂ ବିଶିଷ୍ଟ ଭଲୋବୋ ବସଟି କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା । ଟୋଲ ଗେଟ୍‌ ନିକଟରେ ବ୍ରେକ ଫେଲ ହୋଇଯିବାରୁ ଗେଟ୍‌ ଲାଇନର ଡିଭାଡରରେ ପିଟିହୋଇଥିଲା । ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଚାଳକ ସହ ୧୧ ଜଣ ଆହତ ହୋଇଥିଲେ ।

ତୁରନ୍ତ ରାଜପଥ କର୍ମଚାରୀ ଓ ରାଜପଥ ପୋଲିସ ପହିଁଚି ବସ୍‌ ଭିତରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ସହ ଉଦ୍ଧାର କରିଥିଲେ । ଆହାତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡିକାଲ୍ ପଠାଯାଇଥିବା ଜଣାପଡ଼ିଛି । ତେବେ ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ରାଜପଥ କର୍ମଚାରୀ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିଥିବା ଦେଖିବାକୁ ମିଳିଛି। ପରେ ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ ଯୋଗେ ପଠାଯାଇଥିବା ଦେଖିବାକୁ ମିଳିଛି।

   Related Posts