ହରିୟାଣାରେ ଭୟଙ୍କର ସଡକ ଦୁର୍ଘଟଣା ;ଟ୍ରାଭେଲର-ଟ୍ରକ ମୁହାଁମୁହିଁ ଧକ୍କା, ୭ମୃତ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ ୨୪।୦୫: ହରିୟାଣାର ଅମ୍ବାଲାରେ ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ମା ବୈଷ୍ଣୋ ଦେବୀଙ୍କର ୭ ଭକ୍ତଙ୍କର ମୃତ୍ୟୁ ହୋଇଛି। ଏଥି ସହ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯେଉଁମାନଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି କି ଆହତଙ୍କ ଅବସ୍ଥା ସ୍ଥିର ରହିଛି।


ମିଳିଥିବା ସୂଚନା ଅନୁଯାୟୀ, ଟ୍ରାଭେଲରରେ ରେ ପ୍ରାୟ ୨୫ ଜଣ ଲୋକ ଥିଲେ। ଯେଉଁଥିରୁ ୭ ଜଣ ପ୍ରାଣ ହରାଇଥିଲେ। ଉତ୍ତରପ୍ରଦେଶର ବୁଲନ୍ଦଶାହର ଲୋକମାନେ ମା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ। ଏହି ସମୟରେ  ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଧକ୍କା ଏତେ ଜୋର ଥିଲା ଯେ ଟ୍ରାଭେଲର ଆଗ ପଟ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ଆହତ ଓ ମୃତ୍ୟୁବରଣ କରିଥିବା ଲୋକମାନେ ସମାନ ପରିବାରର ବୋଲି କୁହାଯାଉଛି। 

ମୃତକଙ୍କ ମଧ୍ୟରେ ଜଣେ ୬ମାସର ଶିଶୁ ଥିଲା । ଯାତ୍ରୀ ଏବଂ ପୋଲିସ ଟିମ୍ ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ। ଅମ୍ବାଲା-ଦିଲ୍ଲୀ-ଜାମ୍ମୁ ଜାତୀୟ ରାଜପଥରେ ଟ୍ରାଭେଲର ଏବଂ ଟ୍ରକ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କ୍ଷତିଗ୍ରସ୍ତ ଟ୍ରାଭେଲର ଏବଂ ମୃତଦେହକୁ ଉଦ୍ଧାର କରି ଅମ୍ବାଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.