ବାଇକକୁ ଧକ୍କା ଦେଲା ଟ୍ରକ, ୨ ମୃତ
26/09/2020 at 4:03 PM

ଅନୁଗୋଳ, ୨୬ ।୦୯: ଅନୁଗୋଳ ଜିଲ୍ଲା ଜରପଡା ରେଲୱେ ଓଭର ବ୍ରିଜରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ୨ଜଣ ଆରୋହୀ ପ୍ରାଣ ହରାଇଛନ୍ତି।
ଜରପଡାରୁ ଛେଣ୍ଡିପଦା ଯାଇଥିବା ରାସ୍ତା ଏହି ଦୁର୍ଘଟଣା ଘଟିଛି।ତେବେ ପ୍ରାଣ ହରାଇଥିବା ୨ ବାଇକ ଆରୋହୀଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣା ଭିଆଇବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ତେବେ ଜରପଡା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023