ବଜାର ମଝିରେ ଦଶ ଚକିଆ ଟ୍ରକ ମାଡି ଯିବାରୁ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | October 13, 2019 IST

ସାଲେପୁର - ସାଲେପୁର ବଜାରରେ ଦଶଚକିଆ ଟ୍ରକ ଚଢି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲା ରୋଧପୁର ଗାଁର କାଳିଆ । କାଳିଆ ସାଲେପୁର ବଜାରରେ ଚାଲି ଚାଲି ଆସୁଥିବା ସମୟର ଏହି ଟ୍ରକଟି ପଛପଟୁ ଧକ୍କା ଦେଇଥିଲା ।  

କାଳିଆ ସାଲେପୁର ଥାନାରେ ସୁଇପର ଭାବେ କାମ କରୁଥିଲା। ଘଟଣା ସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଛି । ସାଲେପୁର ପୋଲିସ ପହଞ୍ଚି ଟ୍ରକ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.