୧୯ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି Accenture, ଖରାପ ଆର୍ଥିକ ସ୍ଥିତିକୁ ଦର୍ଶାଇଲା କାରଣ
23/03/2023 at 5:34 PM

ନୂଆଦିଲ୍ଳୀ, ୨୩/୦୩: ଦିଗ୍ଗଜ ଆଇଟି କମ୍ପାନୀ ଆକ୍ସେଞ୍ଚର (Accenture) ମଧ୍ୟ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଛି। କମ୍ପାନୀ କହିଛି ୨୩ ମାର୍ଚ୍ଚ ୨୦୨୩ ରେ କହିଛି ଯେ ବୈଶ୍ବକ ଆର୍ଥିକ ମାନ୍ଦାବସ୍ଥାକୁ ଦେଖି କମ୍ପାନି ୧୯,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।
ଏକ ବିବୃତ୍ତିରେ କମ୍ପାନି କହିଛି ଯେ ବର୍ତ୍ତମାନ ଥିବା ସମୁଦାୟ କର୍ମଚାରୀଙ୍କ ସଂଖ୍ୟାର ୨.୫% କର୍ମଚାରୀଙ୍କ ଛଟେଇ କରଯିବ। ଆଗାମୀ ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କର୍ମଚାରୀଙ୍କ ଛଟେଇ କରାଯାଇପାରେ। ୨୦୨୩ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଆକ୍ସେଞ୍ଚର ଏହାର କାର୍ଯ୍ୟଶୈଳୀକୁ ସରଳ କରିବା ପାଇଁ ଏହି ପଦକ୍ଷେପ ନେଉଛି। ଯାହାଦ୍ବାରା ଖର୍ଚ୍ଚ କମ୍ କରାଯାଇପାରିବ।
ଚଳିତ ସପ୍ତାହରେ ସୋମବାର ଆମାଜନ ୯୦୦୦ କର୍ମଚାରୀଙ୍କ ଛଟେଇ କରିବାକୁ ଘୋଷଣା କରିଛି। ଏହା ପୂର୍ବରୁ ମେଟା ମଧ୍ୟ ପୁଣି ୧୦ ହଜାର କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କରିଛି।