oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ଘରେ ଅଛି ଏସି-କାର, ତଥାପି ବର୍ଷ ବର୍ଷ ଧରି ରାସନକାର୍ଡରେ ଚଳୁ କରୁଥିଲେ ଗରିବଙ୍କ ଖାଦ୍ୟ, ଖୋଳତାଡ ଆରମ୍ଭ

23/05/2022 at 4:34 PM

ନୂଆଦିଲ୍ଲୀ: ଘରେ ରହିଛି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର(ଏସି) ଏବଂ ପରିବାର ଲୋକେ ଚଢୁଛନ୍ତି କାର। ତଥାପି ଯାଉନି ରାସନକାର୍ଡ ମୋହ। ଆର୍ଥିକ ସଂପନ୍ନ ଏବଂ ସମ୍ଭ୍ରାନ୍ତ ଲୋକେ ମଧ୍ୟ ରାସନ କାର୍ଡ ତିଆରି କରି ବର୍ଷ ବର୍ଷ ଧରି ମାଗଣାରେ ରାସନ ଖାଇ ଚାଲିଛନ୍ତି। ଜିଲ୍ଲାସ୍ତରରେ ରାସନକାର୍ଡର ଯାଞ୍ଚ ଆରମ୍ଭ ହେବାରୁ ଗୋଟିଏ କି ଦୁଇଟି ନୁହେଁ ଏମିତି ହଜାର ହଜାର ମାମଲା ସାମ୍ନାକୁ ଆସିଛି। ଅଯୋଗ୍ୟ ଉପଭୋକ୍ତାଙ୍କ ପାଖରେ ରାସନକାର୍ଡ ଥିବା ଅଭିଯୋଗ ହେବାପରେ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ଅଯୋଗ୍ୟ ଉପଭୋକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିମ୍ ଗଠନ କରାଯାଇ ଘର ଘର ବୁଲି ସର୍ଭେ ଆରମ୍ଭ ହୋଇ ଯାଇଛି।

ରାସନକାର୍ଡ ଆଳରେ ଗରିବଙ୍କ ଖାଦ୍ୟ ହଡପ କରୁଥିବା ଅଯୋଗ୍ୟ ଲୋକଙ୍କ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଏଥିପାଇଁ ରାସନକାର୍ଡଧାରୀଙ୍କ ଯାଞ୍ଚ କରାଯାଉଛି। ଯୋଗାଣ ବିଭାଗ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସ୍ଥିତ ମୋଟ୍ ୩୬୭ ରାସନ ଦୋକାନରେ ଅଯୋଗ୍ୟଙ୍କ ତାଲିକା ଟାଙ୍ଗି ଦେଇଛି। ଯଦ୍ଵାରା ଲୋକେ ସଚେତନ ହେବା ସହ ନିଜ କାର୍ଡ  ବାତିଲ୍ କରିବା ପାଇଁ ଆବେଦନ କରି ପାରିବେ। ନୋଏଡା ଏବଂ ଦିଲ୍ଲୀ ଏନସିଆର ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି।

ଯାଞ୍ଚ ଆରମ୍ଭ ହେବାର କିଛି ଦିନ ଭିତରେ ତିନି ହଜାରରୁ ଉର୍ଦ୍ଧ୍ଵ ଅଯୋଗ୍ୟ ହିତାଧିକାରୀ ନିଜର ରାସନକାର୍ଡ ଜମା କରି ସାରିଲେଣି। ଏଥିରୁ ସ୍ପଷ୍ଟ ଯେ, କେମିତି  ହଜାର ହଜାର ସଂଖ୍ୟାରେ ନକଲି ଉପଭୋକ୍ତା ରାସନକାର୍ଡ ଜରିଆରେ ଗରିବଙ୍କ ଖାଦ୍ୟ ଚଳୁ କରି ଚାଲିଥିଲେ। ଜିଲ୍ଲାରେ ସାତ ହଜାର ଅନ୍ତୋଦୟ ଏବଂ ୨.୦୫ ଲକ୍ଷ ରାସନକାର୍ଡଧାରୀ ଅଛନ୍ତି। ମାତ୍ର ଅଯୋଗ୍ୟ ହିତାଧିକାରୀଙ୍କ କାରଣରୁ ଗରିବଙ୍କ ରାସନ ଉପରେ ଧନୀ ଲୋକ କବଜା କରି ଚାଲିଥିଲେ। ବାରମ୍ବାର ଅଭିଯୋଗ ଆସିବା ପରେ ବିଭାଗ ଯାଞ୍ଚ ଖୋଳତାଡ ଆରମ୍ଭ କରିଛନ୍ତି।

କରୋନା କାଳରେ ବଢିଲା ସଂଖ୍ୟା

କୁହାଯାଉଛି କରୋନା ସମୟରେ ରୋଜଗାର ହରାଇବା ଏବଂ ଲକଡାଉନ ସମେତ ଅନେକ ସମସ୍ୟା କାରଣରୁ ଅଧିକାଂଶ ସଂଖ୍ୟାରେ ଲୋକେ ରାସନକାର୍ଡ ତିଆରି କରିଥିଲେ। ଫଳରେ ଯେମିତି ରାସନ ପାଇ ପାରିବେ। ଗ୍ରାମାଞ୍ଚଳରେ ରାସନକାର୍ଡଧାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା। କିଛି ଲୋକେ ମହଙ୍ଗା କାରଣରୁ ବିଭାଗୀୟ କର୍ମଚାରୀଙ୍କ ସହ ସଲାସୁତୁରା କରି ରାସନକାର୍ଡ ହାତେଇଥିଲେ।

ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀଙ୍କ ଅନୁଯାୟୀ, ଗୌତମପୁରୀ, ଏସ୍କର୍ଟ କଲୋନୀ, ଗୁର୍ଜର କଲୋନୀ, ୨୪ ଫୁଟା ରୋଡ୍ ମହୋଲ୍ଲାରେ ପ୍ରତିଟି ଘରେ ଅଯୋଗ୍ୟ ରାସନକାର୍ଡଧାରୀ ଅଛନ୍ତି। ଏହି ସବୁ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଛାନବିନ ଆରମ୍ଭ କରି ଦେଇଛି।

   Related Posts