scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

DUSU ନିର୍ବାଚନରେ ABVPର ବଡ଼ ବିଜୟ, ଅଧ୍ୟକ୍ଷ ପଦ ସମେତ ୩ ସିଟ୍‌ରେ କବଜା

23/09/2023 at 7:51 PM

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ (ଡିୟୁଏସୟୁ) ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଆଉ ଏଥର ମଧ୍ୟ ଏବିଭିପି ଗତ ଥର ଭଳି ଚାରିରୁ ତିନି ସିଟ୍‌ରେ ବିଜୟୀ ହୋଇଛି । ସେହିଭଳି ନାସନାଲ ଷ୍ଟୁଡେଣ୍ଟ୍ସ ଅଫ୍‌ ଇଣ୍ଡିଆର (ଏନଏସୟୁଆଇ) କେବଳ ଗୋଟିଏ ସିଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ସିଟ୍‌ରେ ବିଜୟୀ ହୋଇଛି।

ଏବିଭିପିର ତୁଷାର ଡେଢ଼ା ଡିୟୁଏସୟୁ ସଭାପତି ପଦରେ ବିଜୟୀ ହୋଇଛନ୍ତି । ସେ ନାସନାଲ ଷ୍ଟୁଡେଣ୍ଟ୍ସ ୟୁନିୟନ (ଏନଏସୟୁଆଇ)ର ପ୍ରାର୍ଥି ହିତେଶ ଗୁଲିଆଙ୍କୁ ପରାଜିତ କରିଛନ୍ତି। ଏବିଭିପିର ଅପରାଜିତା ଷ୍ଟୁଡେଣ୍ଟ୍ସ ୟୁନିୟନର ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିଭଳି ସଚ୍ଚିନ ବୈଶଲା ଯୁଗ୍ମ ସଚିବ ଭାବରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଏନଏସୟୁଆଇ ପ୍ରାର୍ଥୀ ଅଭି ଦହିୟା ଭାଇସ୍‌ ପ୍ରେସିଡେଣ୍ଟ ପଦରେ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ଓ NCRରେ ପବନ ସହ ବର୍ଷା, ଅଟକିଲା Moto GP

ଶୁକ୍ରବାର ହୋଇଥିଲା ଷ୍ଟୁଡେଣ୍ଟ ୟୁନିୟନ ନିର୍ବାଚନ। ଡିୟୁଏସୟୁ ନିର୍ବାଚନରେ ସବୁବେଳେ ଏବିଭିପି ଏବଂ ଏନଏସୟୁଆଇ ମଧ୍ୟରେ ସିଧାସଳଖ ଲଢ଼େଇ ଦେଖିବାକୁ ମିଳିଥାଏ। ପ୍ରାୟ ତିନି ବର୍ଷ ପରେ ଏହି ଡିୟୁଏସୟୁ ନିର୍ବାଚନରେ ୨୫ ଜଣ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୯ ଡିୟୁଏସୟୁ ନିର୍ବାଚନରେ ମଧ୍ୟ ଏବିଭିପି ତିନି ସିଟ୍‌ରେ ବିଜୟୀ ହୋଇଥିଲା।

   Related Posts