ଏବିଭିପି ଚାହିଁଲେ ଦେଶରୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗକୁ ଫିଙ୍ଗିଦେବ: ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ
26/12/2022 at 11:13 AM

ଲକ୍ଷ୍ନୌ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଟୁକଡେ ଟୁକୁଡ଼େ ଗ୍ୟାଙ୍ଗକୁ ଦେଶରୁ ବାହାରକୁ ଫିଙ୍ଗିଦେବାର କ୍ଷମତା ରଖିଛି। ଏପରି କହିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। ଉତ୍ତର ପ୍ରଦେଶ ଦେଓରିଆ ଠାରେ ଏବିଭିପି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। କେବଳ ସେତିକି ନୁହେଁ ତାଙ୍କ ଦଳ ଏବିଭିପି ସହ ଦୃଢ଼ ଭାବରେ ଛିଡ଼ା ହୋଇଛି ବୋଲି ଶ୍ରୀ ପାଠକ କହିଛନ୍ତି।
ସେ କହିଛନ୍ତି ” ଆମେ ଭାରତକୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗରୁ ମୁକ୍ତ କରିପାରିବା। ଯଦି ଦେଶର ସବୁ ଯୁବକ ସଂକ୍ଳପ ନେବେ ତେବେ ସେହି ଗ୍ୟାଙ୍ଗକୁ ଜେଲ୍ରେ ଭିତରେ ଛାଡ଼ିଦେବେ। ଭାରତର ଯୁବକ ଦେଶମାତୃକା ସେବା ପାଇଁ ସଦା ତତ୍ପର।”
ଦେଶରେ ପ୍ରତ୍ୟେକ ଯୁବକ ଦେଶ ସେବା ପାଇଁ କାମ କରିବାକୁ ଇଚ୍ଛୁକ। ଦେଶମଙ୍ଗଳ କାମ ପାଇଁ ଏବିଭିପି ଏକ ଟିମ୍ ପ୍ରସ୍ତୁତି କରୁଛି। ଏହା କେବଳ ଛାତ୍ରମାନଙ୍କର ନୁହେଁ ଦେଶର ମଙ୍ଗଳ କାମରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ମୁଁ ବି ଜଣେ ଛାତ୍ରନେତା ଥିଲି। ତେଣୁ ଛାତ୍ର ନେତାର କର୍ତ୍ତବ୍ୟ ଜାଣିଛି। ଅବିଯୋଗ ଆମର ଗୁରୁତ୍ୱ ହେବା ଦରକାର ବୋଲି ବ୍ରଜେଶ କହିଛନ୍ତି।
ଶନିବାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାକୁ ନେଇ ଟାର୍ଗେଟ୍ କରିଥିଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଯେଉଁମାନେ ଟୁକଡ଼େ ଟୁକ୍ଡ଼େ ଗ୍ୟାଙ୍ଗରୁ ଆସିଛନ୍ତି ସେମାନେ ରାହୁଲ ଗାନ୍ଧୀଙ୍କର ପଦଯାତ୍ରାରେ ସାମିଲ୍ ହେଉଛନ୍ତି ବୋଲି ପ୍ରସାଦ କହିଥିଲେ।