'ଗୋଟିଏ ଛକରେ ଭଉଣୀ-ଝିଅକୁ ଦୁର୍ବ୍ୟହାର କଲେ, ଅନ୍ୟ ଛକରେ ଗୁଳି ଖାଇବ'

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ଭଉଣୀ-ଝିଅଙ୍କୁ ଦୁର୍ବ୍ୟବହାର କରିବାର ସାହାସ କରନ୍ତୁ ନାହିଁ। ଗୋଟିଏ ଛକରେ ବଦମାସି କଲେ, ଏହାର ଫଟୋ ସିସିଟିଭି କ୍ୟାମେରାରେ କଏଦ ହୋଇଯିବ। ଆଉ ଅନ୍ୟ ଛକରେ ଗୁଳି ଖାଇବ। କାନପୁରରେ ପ୍ରବୁଦ୍ଧ ସମ୍ମିଳନୀରେ ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କହିଛନ୍ତି ଭଉଣୀ-ଝିଅଙ୍କୁ ଦୁର୍ବ୍ୟହାର କରିବାର ଦୁଃସାହାସ କେହି ନକରନ୍ତୁ। ଗୋଟିଏ ଛକରେ ଦୁର୍ବ୍ୟବହାର କଲେ ଅନ୍ୟ ଛକରେ ଗୁଳି ଖାଇବ। ରାଜ୍ୟରେ ଏବେ ଗୁଣ୍ଡାମାନଙ୍କୁ କଦାପି ଛଡା ଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, କାନପୁର ଭାରତର ରକ୍ଷା କ୍ଷେତ୍ରର ପ୍ରମୁଖ ସ୍ଥଳ ଏବଂ ଦେଶର ଦ୍ଵିତୀୟ ସବୁଠୁ ବଡ ପ୍ରତିରକ୍ଷା କରିଡର ହେବାକୁ ଯାଉଛି। କାନପୁର-ଝାନ୍ସି ମଧ୍ୟରେ ଅଦୌଗିକି ବିକାଶକୁ ଦେଶର ସବୁଠୁ ବଡ ଲ୍ୟାଣ୍ଡ ବ୍ୟାଙ୍କ ଭାବେ ନିର୍ମାଣ କରାଯାଉଛି। ଏଥିପାଇଁ ୮୦୦୦ କୋଟି ଟଙ୍କାର ବଜେଟ୍ ମଞ୍ଜୁରୀ ଦିଆଯାଇଛି। କାନପୁରରେ ଗଙ୍ଗା ସ୍ଵଚ୍ଛ ହୋଇ ପାରିଛି। ଏଠାରେ ପୂର୍ବେ ଜଳ ସବୁଠୁ ଅଧିକ ପ୍ରଦୂଷିତ ରହୁଥିଲା। ଜାଜମଉରେ ଗୋଟିଏ ହେଲେ ଜଳଚର ଜୀବ ବଞ୍ଚୁନଥିଲେ। ଏବେ ଜଳଧାରାରେ ଜଳଚର ପ୍ରାଣୀ ରହି ପାରୁଛନ୍ତି। କାନପୁରରେ ଗଙ୍ଗାର ସଫେଇ ମୋଡେଲ୍ ପ୍ରୟାଗରାଜରେ ଲାଗୁ କରାଯିବ ବୋଲି ଯୋଗୀ କହିଛନ୍ତି।

ସେ କହିଛନ୍ତି ବହୁତ ଶୀଘ୍ର ମେଟ୍ରୋର ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। କାନପୁରରେ  ରିଙ୍ଗରୋଡ୍ ନିର୍ମାଣ ହେଉଛି, ସ୍କୁଲ୍, କଲେଜ୍ ଏବଂ ହସ୍ପିଟାଲ୍ ଖୋଲା ଯାଉଛି। ରିଙ୍ଗ ରୋଡ୍‌ରେ ଭୂ ମାଫିଆଙ୍କୁ ଏକ ଇଞ୍ଜ ଜମି ହଡପ କରିବାକୁ ଦିଆଯିବ ନାହିଁ। ଏହି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନୀରିକ୍ଷଣରେ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.