ଯୁବକଙ୍କ ଦୌରାତ୍ମ୍ୟ, ରାସ୍ତାରୁ ଅଫିସ ଯାଏଁ ମହିଳା ଅତିରିକ୍ତ ତହସିଲଦାରଙ୍କୁ ବି ଛାଡିଲେଣି, ଗାଳିଗୁଲଜ ସହ...

Published By : Prameya-News7 Bureau | January 08, 2023 IST

ଭଦ୍ରକ: ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ, ଜୀବନ ବଞ୍ଚାଇବା ପାଇଁ ଅଫିସ ଯିବା ପରେ ମଧ୍ୟ କାର୍ଯ୍ୟାଳୟରେ ବି ଛାଡିଲେ ନାହିଁ। ଗାଳିଗୁଲଜ ସାଙ୍ଗକୁ ଧମକାଇଲେ। ଭୟରେ କାନ୍ଦିଲେ ମହିଳା ଅତିରିକ୍ତ ତହସିଲଦାର । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଭିଡ଼ିଓରେ କାନ୍ଦୁଥିବା ମହିଳା ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ।

ଅଭିଯୋଗ ଅନୁଯାୟୀ ବେଆଇନ ମାଟି ଉଠାଣ ନେଇ କେତେକ ଲୋକଙ୍କ ଅଭିଯୋଗ ପରେ ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ କେତେକ ଅଫିସରଙ୍କ ସହ ଆଗରପଡା ଥାନା ଅଧିନ ଅଣିଜ ପଞ୍ଚାୟତ ନରିପୁରକୁ ତଦନ୍ତ ପାଇଁ ଯାଇଥିଲେ । ସେହି ସମୟରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ । ତେବେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ପଳାଇ ଆସିଥିଲେ ।

wp:html /wp:html

ତେବେ ସେହି ୩ ଜଣ ଯୁବକ ପୁନଃ ଆର ଆଇ ଅଫିସକୁ ଆସି ପୁଣି ଦୁର୍ବ୍ୟହାର କରିବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ । ଭୟରେ ମହିଳା ଅତିରିକ୍ତ ତହସିଲଦାର କାନ୍ଦି କାନ୍ଦି ଆଗରପଡା ପୋଲିସକୁ ଜଣାଇଥିଲେ । ପରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଏ ନେଇ ଆଗରପଡା ଥାନାରେ ସମ୍ପୃକ୍ତ ୩ ଯୁବକଙ୍କ ନାଁରେ ଲିଖିତ ଏତଲା ଦିଆଯାଇଛି। ତେବେ ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ସୂଚନା ମିଳି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.