ABS ଫିଚର୍ ଥିବା ଦେଶର ସବୁଠାରୁ ଶସ୍ତା ବାଇକ୍, ଦାମ୍ ମାତ୍ର ୬୫ ହଜାର ଟଙ୍କାରୁ ଆରମ୍ଭ

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ, ୧୮।୦୫:  ଭାରତୀୟ ବଜାରରେ ସବୁବେଳେ ଅଧିକ ଫିଚର୍ ବିଶିଷ୍ଟ ବାଇକ୍‌ର ଡିମାଣ୍ଡ ରହିଥାଏ । କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦେଖି ନୂଆ ଲୁକ୍ ଓ ଫିଚରର ବାଇକ୍ ପ୍ରସ୍ତୁତ କରିଥାନ୍ତି ।ନିକଟରେ ବଜାଜ ସବୁଠାରୁ ଶସ୍ତା ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ ବା ଏବିଏସ ଥିବା ବାଇକ୍ ଲଞ୍ଚ୍ କରିଛି । କେବଳ ବଜାଜ ନୁହେଁ ଆହୁରି ଅନେକ କମ୍ପାନୀର ବାଇକ୍ ଅଛି ଯାହା କମ୍ ଟଙ୍କାର ଏବିଏସ ଭଳି ଫିଚର ପ୍ରଦାନ କରିଥାଏ ।

ଟିଭିଏସ ଆପାଚୀ ଆରଟିଆର ୧୬୦-

{"id":454026,"sizeSlug":"large","linkDestination":"none"}

ଏହି ତାଲିକାରେ ପ୍ରଥମ ନାଁ ହେଉଛି ଟିଭିଏସ ଆପାଚୀ । ଏହି ବାଇକରେ ୧୫୯.୭ ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ରହିଛି । ଯାହା ୧୫.୫୩ ପିଏସର ପାଓ୍ୱାର ଓ ୧୩.୯ ଏନଏମର ଟର୍କ ଜେନେରେଟ୍ କରିଥାଏ । ଏହାର ପାଓ୍ୱାର ବିଏସ-୪ ତୁଳନାରେ ୦.୪୨ ପିଏସ ଅଧିକ । ଏଥିରେ ୫ ସ୍ପିଡ୍ ଗିଅର ବକ୍ସ ଥିବା ବେଳେ ଏଲଇଡି ଡେ ଟାଇମ୍ ରନିଂ ଲାଇଟ୍ ରହିଛି  । ଏହାସହ ବ୍ରେକିଂରେ ଏବିଏସ ରହିଛି । ଏହାର ଦାମ ୧ ଲକ୍ଷ ୩ ହଜାରରୁ ୧ ଲକ୍ଷ ୬ ହଜାର ମଧ୍ୟରେ ଅଟେ ।

ହୋଣ୍ଡା ୟୁନିକର୍ଣ୍ଣ

{"id":454028,"sizeSlug":"large","linkDestination":"none"}

ହୋଣ୍ଡାର ୟୁନିକର୍ଣ୍ଣ ଦେଶର ଏକ ଲୋକପ୍ରିୟ ବାଇକ । ଏହି ବାଇକରେ ୧୬୨.୭ ସିସି କ୍ଷମତା ବିଶିଷ୍ଟ ଏୟାର କୁଲଡ ଇଞ୍ଜିନ ରହିଛି । ଏହା ୧୨.୯ ପିଏସ ପାଓ୍ୱାର ଓ ୧୪ ଏନଏମ ଟର୍କ ଜେନେରେଟ୍ କରିଥାଏ । ଏଥିରେ ୫ ସ୍ପିଡ୍ ଗିଅର ବକ୍ସ ରହିଛି । ଏହି ବାଇକରେ ଏତେ ଖାସ୍ ଫିଚର ନଥାଏ । ଏଥିରେ ଡିସି ହେଡଲାଇଟ୍, ଅଡୋମିଟର, ଟୋକେ ମିଟର ଆଦି  ରହିଛି । ବାଇକରେ ସିଙ୍ଗିଲ ଚ୍ୟାନେଲ୍ ଏବିଏସ ପ୍ରଦାନ କରାଯାଇଛି ।ଏହାର ଏକ୍ସ ସୋ ରୁମ୍ ମୂଲ୍ୟ ୩୯୩୫୬ ଟଙ୍କା ।

ବାଜାଜ ପଲସର୍-୧୫୦

ଏହା ଦେଶର ଏକ ଶସ୍ତା ଏବିଏସ ଫିଚର ଥିବା ବାଇକ । ଏହାର ଇଞ୍ଜିନ ରହିଛି ୧୪୯.୫ ସିସି । ନୂଆ ମଡେଲ ପୂର୍ବ ତୁଳନାରେ ୪ କେଜି ଓଜନିଆ ଯ ଏହାର ମୋଟ ଓଜନ ୧୪୮ । ଏଥିରେ ସେମି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି । ଏଥିରେ ଏବିଏସ ଥିବା ବେଳେ ଏକ୍ସ ସୋରୁମ୍ ଦାମ୍ ରହିଛି ୯୫ ହଜାର ଟଙ୍କା ।

{"id":454032,"sizeSlug":"large","linkDestination":"none"}

ବାଜାଜ୍ ପ୍ଲାଟିନା ୧୧୦

ବଜାଜ୍ ପ୍ଲାଟିନା ହେଉଛି ଦେଶର ସବୁଠାରୁ ଶସ୍ତା ଏବିଏସ ଫିଚର ଥିବା ବାଇକ । ଏହାର ଇଞ୍ଜିନ କ୍ଷମତା ୧୧୫ ସିସି । ଏହାର ଇଞ୍ଜିନ ୮.୬ପିଏସ ପାଓ୍ୱାର ଓ ୯.୮୧ ଟର୍କ ଜେନେରେଟ୍ କରିଥାଏ । ଏହାର ଆଗ ଚକାରେ ଡିସ୍କ ଓ ପଛରେ ଡ୍ରମ୍ ବ୍ରେକ୍ ରହିଛି । ଏହାର ଏକ୍ସ ସୋ ରୁମ ମୂଲ୍ୟ ରହିଛି ୬୫୯୨୬ ଟଙ୍କା ।

{"id":454034,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.