ଛଦ୍ମ ବେଶରେ ପହଞ୍ଚିଲେ ଅବକାରୀ ଟିମ୍‌; ଧରା ପଡ଼ିଲେ ମହିଳା ନିଶା ବେପାରି

Published By : Prameya-News7 Bureau | September 07, 2022 IST

ଟାଙ୍ଗୀ ୦୭/୦୯: ଟାଙ୍ଗୀ ଅବକାରୀ ପୋଲିସ ଜଣେ ମହିଳା ବ୍ରାଉନ୍ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଏହା ସହିତ ମହିଳା ବ୍ୟବସାୟୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରଯାଇଛି। ଖବର ଅନୁସାରେ, ଟାଙ୍ଗୀର ଛଣଗିରୀ ଗାଁରେ ଲୁଚାଛପାରେ ଗିରଫ ମହିଳା ବ୍ରାଉନ୍ ସୁଗାର ବେପାର କରୁଥିଲେ। କିନ୍ତୁ ଧରପଗଡ଼ ବେଳେ ମହିଳା ଜଣକ ଚମ୍ପଟ ମାରୁଥିଲେ। ବାରମ୍ବାର ଚଢ଼ଉ କରି ଅବକାରୀ ଟିମ୍‌ ନିରାଶ ହେଉଥିଲା। ଏହି ମହିଳା ବ୍ରାଉନ୍-ସୁଗାର ବ୍ୟବସାୟୀଙ୍କୁ ରଙ୍ଗେ ରେଡ୍‌ ହ୍ୟାଣ୍ଡରେ ଧରିବାକୁ ଅବକାରୀ ବିଭାଗ ଏକ ଛଦ୍ମ-ବେଶ ଯୋଜନା ପ୍ରସ୍ତୁତ କରିଥିଲା।

ଯୋଜନା ମୁତାବକ ଅବକାରୀ ବିଭାଗର କେତେକ କର୍ମଚାରୀ ନିଶାସକ୍ତ ନାଟକର ଅଭିନୟ କରି ବ୍ରାଉନ୍-ସୁଗାର କିଣିବାକୁ  ସମ୍ପୃକ୍ତା ମହିଳା ବ୍ୟବସାୟୀଙ୍କ ପାଖରେ ପହଞ୍ଚି ଥିଲେ। କିନ୍ତୁ ଅବକାରୀ ବିଭାଗର ଏହି ଅଭିନୟକୁ ମହିଳା ବ୍ୟବସାୟୀ ଜାଣିପାରିନଥିଲେ। ପରେ ଅବକାରୀ ବିଭାଗ କର୍ମଚାରୀଙ୍କୁ ବ୍ରାଉନ୍ସୁଗାର ବିକ୍ରୀ କରିଥିଲେ। ଏହି ସମୟରେ ମହିଳା ବ୍ୟବସାୟୀ ଜଣକ ଧରାପଡ଼ିଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ସମ୍ପୃକ୍ତା ମହିଳାଙ୍କ ପରିଚୟ ଲିଲି ନନ୍ଦି। ସେ ଟାଙ୍ଗୀ ବ୍ଲକ ଛଣଗିରୀ ଗାଁର ବାସିନ୍ଦା। ମହିଳାଙ୍କ ଠାରୁ ଦେଢ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଥିବା ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.