ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ

Published By : Prameya-News7 Bureau | November 30, 2022 IST

ଭୁବନେଶ୍ୱର ୩୦।୧୧ : ଇଡିରେ ପାଇଁ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ । ବୁଧବାର ହାଜର ହେବା ହେବା ପାଇଁ ଅବିନାଶଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୁପ୍ରିମ ଅଟୋ ମୋବାଇଲର ମୁଖ୍ୟ ପରିଚାଳକ ହେଲେ ଅବିନାଶ ।

ସେପଟେ ନାଗ ଦମ୍ପତ୍ତିଙ୍କୁ ଜେରା କରିପାରେ ଇଡି । ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜରେ ପ୍ରଡକ୍ସନ ରିମାଣ୍ଡ ଉପରେ ଶୁଣାଣି ହେବ  । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ପ୍ରଡକ୍ସନ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ଇଡି ।

ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାସାମ୍ରାଜ୍ୟରେ ବ୍ୟବହୃତ କଳା ଟଙ୍କାର ଖିଅ ଖୋଜୁଛି ଇଡି । ଧୀରେ ଧୀରେ ଏହାସହିତ ଜଡିତ ସମସ୍ତ ଲୋକଙ୍କୁ ଡାକି ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ଦିନ ତଳେ ଖଗେଶ୍ୱର, ଶ୍ରଦ୍ଧାଞ୍ଜଳୀ, ଫିଲ୍ମ ପ୍ରଯୋଜ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଏବଂ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଏହିକ୍ରମରେ ଆଗକୁ ଅଧିକ ତଥ୍ୟ ପାଇଁ ନାଗ ଦମ୍ପତ୍ତିଙ୍କୁ ଜେରା କରିପାରେ ଇଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.