ଶୂନରୁ ସିଧା ସେଞ୍ଚୁରି...ଦ୍ୱିତୀୟ ଟି-୨୦ରେ ଗର୍ଜିଲା ଅଭିଷେକଙ୍କ ବ୍ୟାଟ୍; ସବୁଠାରୁ କମ୍ ଇନିଂସରେ ପ୍ରଥମ ଶତକ ମାରିଥିବା ଭାରତୀୟ ବ୍ୟାଟର

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଓପନର ଅଭିଷେକ ଶର୍ମା ଜିମ୍ୱାୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଦମଦାର ଶତକ ହାସଲ କରିଛନ୍ତି । ହରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଅଭିଷେକ ଶର୍ମା ଖାତା ନଖୋଲି ପାଭେଲିୟନ ଫେରିଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ଓପନର ଭାବେ ଟିମରେ କାହିଁକି ସ୍ଥାନ ମିଳିଛି ତାହା ଦୁନିଆକୁ ଦେଖାଇଛନ୍ତି । ଅଭିଷେକ ଶର୍ମା ୪୬ ବଲରେ ୭ ଚୌକା ଏବଂ ୮ ଛକା ବଳରେ ଶତକ ପୂରଣ କରିଛନ୍ତି । ଅଭିଷେକ ଶର୍ମାଙ୍କ ଆରମ୍ଭ ଧିମା ଥିଲା କିନ୍ତୁ ମିଡିଲ୍ ଓଭରରେ ତାଙ୍କ ବ୍ୟାଟ୍ ଗର୍ଜିଥିଲା ।

ଆଜିର ଏହି ଇନିଂସ ସହ ଅଭିଷେକ ଶର୍ମା, ସୁରେଶ ରାଇନାଙ୍କ ରେକର୍ଡକୁ ଭାଙ୍ଗିଛି । ଅଭିଷେକ ଶର୍ମା ସବୁଠାରୁ କମ୍ ଇନିଂସ ଖେଳି ଶତକ ହାସଲ କରିଛନ୍ତି । ନିଜ କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ହିଁ ଏହିପରି କରନାମା କରି ଦେଖାଇଛନ୍ତି । ତାଙ୍କ ପୂର୍ବରୁ ଦୀପକ ହୁଡ୍ଡା ତିନିଟି ଇନିଂସ ଖେଳି ଶତକ ମାରିଥିଲେ । ଏହାସହ ଗୋଟିଏ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଗୋଟିଏ ମ୍ୟାଚରେ ସବୁଠୁ ଅଧିକ ଛକା ମାରିବାରେ ସପ୍ତମ ଖେଳାଳି ହୋଇଛନ୍ତି । ଭାରତ ପାଇଁ ଗୋଟିଏ ଇନିଂସରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ରୋହିତ୍ ଶର୍ମାଙ୍କ ନାଁରେ ରହିଛି । ରୋହିତ ଶର୍ମା ଗୋଟିଏ ମ୍ୟାଚରେ ୧୦ଟି ଛକା ମାରିଥିଲେ । 

ଟି-୨୦ ଇଣ୍ଟରନ୍ୟାସନାଲରେ ଶତକ ମାରିବାରେ ସବୁଠୁ ଯୁବ ଭାରତୀୟ:

୨୧ ବର୍ଷ ୨୭୯ ଦିନ- ଯଶସ୍ୱୀ ଜୈସ୍ୱାଲ

୨୩ ବର୍ଷ ୧୪୬ ଦିନ-ଶୁଭମନ ଗିଲ୍

୨୩ ବର୍ଷ ୧୫୬ ଦିନ-ସୁରେଶ ରାଇନା

୨୩ ବର୍ଷ ୩୦୭ ଦିନ-ଅଭିଷେକ ଶର୍ମା

ଭାରତ ପାଇଁ ସବୁଠାରୁ କମ୍ ଇନିଂସରେ ଟି-୨୦ ଶତକ

୨-ଅଭିଷେକ ଶର୍ମା

୩-ଦୀପକ ହୁଡ୍ଡା

୪-କେଏଲ୍ ରାହୁଲ

୬-ଯଶସ୍ୱୀ ଜୈସ୍ୱାଲ

୬-ଶୁଭମନ ଗିଲ୍

୧୨-ସୁରେଶ ରାଇନା

ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ଦ୍ରୁତ ଶତକ (ବଲ୍)

ରୋହିତ ଶର୍ମା-୩୫ ବଲ୍

ସୂର୍ଯ୍ୟକୁମାର ଯାଦବ-୪୫ ବଲ୍

କେଏଲ ରାହୁଲ-୪୬ ବଲ୍

ଅଭିଷେକ ଶର୍ମା-୪୬ ବଲ୍

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.