ଅଭିଷେକ-ସଞ୍ଜୁ ଓପନର, ମୟଙ୍କ ଯାଦବଙ୍କୁ କରିବାକୁ ପଡ଼ିବ ଅପେକ୍ଷା ? ଏମିତି ହୋଇପାରେ ପ୍ଲେଇଙ୍ଗ ଇଲେଭେନ

Published By : Prameya-News7 Bureau | September 30, 2024 IST

abp live

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଏହି ଟେଷ୍ଟ ପରେ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଦୁଇ ଦଳ ମଧ୍ୟରେ ପ୍ରଥମ ଟି-୨୦ ଅକ୍ଟୋବର ୬ ତାରିଖରେ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ଖେଳାଯିବ। ତେବେ ଟି-୨୦ରେ ଭାରତର ଚୂଡ଼ାନ୍ତ ଏକାଦଶ କିପରି ରହିବ ? କିଏ କିଏ ଓପନିଂ କରିବେ ? 

ପ୍ରଥମ ଟି-୨୦ରେ ଓ୍ଵିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳିପାରେ। ସେ ଅଭିଷେକ ଶର୍ମାଙ୍କ ସହିତ ଇନିଂସ ଓପନ କରି ପାରନ୍ତି। ଉଦୀୟମାନ ଦ୍ରୁତ ବୋଲର ତାରକା ମୟଙ୍କ ଯାଦବଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ। ତୃତୀୟ ନମ୍ବରରେ ସୂର୍ଯ୍ୟକୁମାର ଯାଦବ,   ନମ୍ବର ୪ରେ ଶିବମ ଦୁବେ ବ୍ୟାଟିଂ କରି ପାରନ୍ତି। ଏହା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଛଅ ନମ୍ବରରେ ରିଙ୍କୁ ସିଂ ଏବଂ ସାତ ନମ୍ବରରେ ରିୟାନ ପରାଗଙ୍କ ପାଳି ପଡ଼ିପାରେ। 

ପରାଗ ବିସ୍ଫୋରକ ବ୍ୟାଟିଂ କରିବା ସହିତ ସ୍ପିନ ବୋଲିଂ କରିବାରେ ମାହିର। ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ଆଠ ନମ୍ବରରେ ଖେଳି ପାରନ୍ତି। ଦଳରେ ମୁଖ୍ୟ ସ୍ପିନର ଭାବେ ରବି ବିଷ୍ଣୋଇ ଦାୟିତ୍ଵ ନିର୍ବାହ କରିବେ। ଦ୍ରୁତ ବୋଲିଂ ଭାବେ ହର୍ଷିତ ରାଣା ଓ ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦ୍ରୁତ ବୋଲର ଭୂମିକା ନିର୍ବାହ କରିବେ।

ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ପାଇଁ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ରିୟାନ ପରାଗ, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ହର୍ଷିତ ରାଣା ଓ ଅର୍ଶଦୀପ ସିଂ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.