Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ସାମ୍ନାକୁ ଆସିଲା ‘ଭୋଲା’ ନୂଆ ପ୍ରୋମୋ, ଭୟଙ୍କର ଲୁକ୍‌ରେ ନଜର ଆସିଲେ ଅଭିଷେକ !

12/02/2023 at 7:34 AM

ମୁମ୍ଵାଇ ୧୨।୦୨: ବଲିଉଡ୍‌ର ସିଙ୍ଘମ୍‌ର ଷ୍ଟାର ଅଜୟ ଦେବଗନ। ତାଙ୍କର ଅପକମିଂ ଫିଲ୍ମ ‘ଭୋଲା’ର ଟିଜର ନିକଟରେ ରିଲିଜ ହୋଇଥିଲା। ଏଥିରେ ଅଜୟ ଦେବଗନଙ୍କୁ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ହେଲେ ଅଜୟ ଦେବଗନ ବର୍ତ୍ତମାନ ଏହାର ଏକ ପ୍ରୋମୋ ସେୟାର କରିଛନ୍ତି। ଯେଉଁଥିରେ ସେ ଫିଲ୍ମର ସସ୍‌ପେନ୍ସ  ସହ ନଜର ଆସିଛନ୍ତି। ହେଲେ ଏଥିରେ ଭିନ୍ନ ଚରିତ୍ରରେ ବୋଧ ହୁଏ ଅଭିଷେକ ବଚ୍ଚନ ହୋଇପାରନ୍ତି ବୋଲି ଫ୍ୟାନ୍ସ ଅନୁମାନ କରୁଛନ୍ତି । କୁହାଯାଉଛି କି ଫିଲ୍ମରେ ଅଭିଷେକ ବଚ୍ଚନ କେମିଓ ଭାବେ ନଜର ଆସିବେ । ତେଣେ ପ୍ରୋମୋରେ ଅଭିଷେକ ବଚ୍ଚନ ଥାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ତେବେ ଏହି ୧୮ସେକେଣ୍ଡର ପ୍ରୋମୋରେ ଆଖି , ଲୁକ୍ ଆଉ ଭିନ୍ନ ଷ୍ଟାଇଲରେ ଠିଆ ହେବା ଦେଖି ସମସ୍ତେ ଅଭିଷେକ ବଚ୍ଚନ ବୋଲି ଚର୍ଚ୍ଚା କରାଯାଉଛି । ପୂର୍ବରୁ ଭୋଲାର କିଛି ସୁଟିଂ ସେଟରେ ଫଟୋ ଲିକ୍‌ ହୋଇଥିଲା। ଯେଉଁଥିରେ ଅଭିଷେକ ବଚ୍ଚନ ବାରଣାସୀରେ ଅଜୟଙ୍କ ସହିତ ସୁଟିଂ କରିଥିବାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଦେବଗନ । ଏହି ପ୍ରୋମୋ ଦେଖିବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେବା ସହ ଉତ୍ସାହିତ ଅଛନ୍ତି।

କହିବାକୁ ଗଲେ ଅଜୟଙ୍କ ଫିଲ୍ମ ‘ଭୋଲା’ ସାଉଥ ଫିଲ୍ମ କୈଥିର ରିମେକ । ଫ୍ୟାନ୍ସମାନେ ଟିଜରକୁ ବେଶ୍‌ ପସନ୍ଦ କରୁଛନ୍ତି ତ ଆଉ କିଏ ଟ୍ରୋଲ କରୁଛି। ଏହାକୁ ଦେଖି ଫ୍ୟାନ୍ସ କହିଛନ୍ତି, ଫିଲ୍ମର ଟିଜରରେ ଅରିଜିନାଲ ଫିଲ୍ମ ଠାରୁ ଖରାପ ହୋଇଛି। ଫିଲ୍ମ ୩୦ ମାର୍ଚ୍ଚରେ ରିଲିଜ ହେବ । ତେବେ ଫିଲ୍ମଟି ବକ୍ସ ଅଫିସରେ କିଭଳି ଆୟ କରିବ, ତାହା ଦେଖିବାକୁ ବାକି ରହିଲା ।

   Related Posts