ସର୍ଜରୀ ପରେ ସୁଟିଂକୁ ଚେନ୍ନାଇ ଫେରିଲେ ଅଭିଷେକ୍ ବଚ୍ଚନ୍ : ପୋଷ୍ଟ କରି କହିଲେ-'ମର୍ଦ୍ଦ କୋ ଦର୍ଦ୍ଦ ନେହିଁ ହୋତା'…

Published By : Prameya-News7 Bureau | August 26, 2021 IST

ମୁମ୍ବାଇ ୨୬/୦୮  : ବଲିଉଡ୍  ବିଗ୍ ବି ତଥା ଅଭିନେତା ଅମିତାଭ୍ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେତେ ହିଟ୍ ହୋଇ ନଥିଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ତେବେ ଅଭିଷେକଙ୍କର ଆଗାମୀ ଦିନରେ ଏକ ଫିଲ୍ମ ଆସୁଛି ଏଥିପାଇଁ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ଏକ ଦୁର୍ଘଟଣାର ମଧ୍ୟ ଶିକାର ହୋଇଛନ୍ତି । ଯାହାକୁ ନେଇ ଅଭିନେତା ଅଭିଷେକ୍ ବଚ୍ଚନ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ତେବେ ଅଭିଷେକ ବଚ୍ଚନ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସେ ତାଙ୍କ ଡାହାଣ ହାତରେ ବ୍ୟାଣ୍ଡେଜ୍ ପିନ୍ଧିଥିବା ବେଳେ ମୁହଁରେ ମାସ୍କ ପିନ୍ଧିବାର ନଜର ଆସିଛନ୍ତି । ଏହା ସହ ଅଭିଷେକ୍ କ୍ୟାପସନରେ ଲେଖିଛନ୍ତି କି ତାଙ୍କ ପାଇଁ ପ୍ରାର୍ଥନା କରିଥିବା ଫ୍ୟାନ୍ସମାନଙ୍କୁ ଧନ୍ୟବାଦ । ଏହାକୁ ନେଇ ଅଭିଷେକ୍ କହିଥିଲେ କି ତାଙ୍କର ବିତି ଯାଇଥିବା ଦିନ ମଧ୍ୟରେ ସେ ମୁମ୍ବାଇ ସ୍ଥିତ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ଚେନ୍ନାଇରେ ହେଉଥିବା ଆଗାମୀ ଫିଲ୍ମର ଶୁଟିଂ ସମୟରେ ଏକ ଅଜବ ଧରଣର ଦୁର୍ଘଟଣା ଘଟିଛି । ଯେଉଁଥିରେ ମୋର ଡାହାଣ ହାତ ଫ୍ୟାକ୍ଚର ହୋଇଛି । ଏହାକୁ ଠିକ୍ କରିବା ପାଇଁ ସର୍ଜରୀର ଆବଶ୍ୟକ ଥିଲା । ଏଥିପାଇଁ ତୁରନ୍ତ ଚେନ୍ନାଇରୁ ମୁମ୍ବାଇକୁ ଆସିଥିଲି

wp:html
/wp:html

ଏହା ସହ ତାଙ୍କ ହାତରେ ଆଘାତ ଲାଗିବା ସତ୍ତ୍ୱେ ମଧ୍ୟ ଅଭିଷେକ ଶୁଟିଂ ପାଇଁ ଚେନ୍ନାଇକୁ ଫେରିଛନ୍ତି । ଏହାକୁ ନେଇ ଆହୁରି ଲେଖିଛନ୍ତି, କି ସର୍ଜରୀ ହୋଇସାରିଛି , ସମସ୍ତ ପ୍ୟାଚ୍ ଅପ୍ ଓ କାଷ୍ଟ ମଧ୍ୟ ଶେଷ ହୋଇଛି । ବର୍ତ୍ତମାନ  କାମ କରିବାକୁ ଚେନ୍ନାଇ ଫେରିବା ପାଇଁ ପ୍ରସ୍ତୁତ ଅଛି । ଯେମିତି କି ସେମାନେ କୁହନ୍ତି ... ଶୋ ’ନିଶ୍ଚୟ ଚାଲିବ! ଏବଂ ଯେପରି ମୋ ବାପା କହିଥିଲେ ...ମର୍ଦ କୋ ଦର୍ଦ ନେହିଁ ହୋତା..! ଠିକ ଅଛି, ଠିକ ଅଛି, ଏହା ଟିକିଏ ଯନ୍ତ୍ରଣା ହେଲା । ତାଙ୍କ ପୋଷ୍ଟରେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ଅଭିଷେକ ବଚ୍ଚନ ଲେଖିଛନ୍ତି, ଆପଣଙ୍କର ଶୁଭେଚ୍ଛା ଏବଂ ଶୀଘ୍ର ସୁସ୍ଥ ହେବାର ବାର୍ତ୍ତା ଦେବାରୁ ସମସ୍ତଙ୍କୁ ଧନ୍ୟବାଦ।

wp:html
/wp:html

ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ତାଙ୍କ ଝିଅ ଶ୍ୱେତା ନନ୍ଦାଙ୍କ ସହ ଲିଲାବତୀ ହସ୍ପିଟାଲ ବାହାରେ ଦୁଇ ଜଣଙ୍କୁ ସ୍ପଟ୍ କରାଯାଇଥିଲା । ହେଲେ ସେତେବେଳେ କୁହାଯାଇଥିଲା ଯେ ଅଭିଷେକଙ୍କୁ ଆହତ ଅବସ୍ଥାରେ ଏଠାରେ ଭର୍ତ୍ତି କରାଯାଇଥିଲା ବେଳେ ଅମିତାଭଙ୍କ ରୁଟିନ୍ ଚେକଅପ୍ ମଧ୍ୟ ସାମ୍ନାକୁ ଆସିଥିଲା।  ସେତେବେଳେ ଏହାର କାରଣ ବିଷୟରେ କେହି ଜାଣି ନଥିଲେ, କିନ୍ତୁ ଅଭିଷେକଙ୍କ ପୋଷ୍ଟରୁ ଅମିତାଭ-ଶ୍ୱେତାଙ୍କୁ କାହିଁକି ଲିଲାବତୀ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା ​​ଏବଂ ଅଭିଷେକ କିପରି ଆହତ ହୋଇଥିଲେ ତାହା ସ୍ପଷ୍ଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.