ଅଭିଷେକ ବଚ୍ଚନ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି: ପୁଅକୁ ଦେଖିବାକୁ ଝିଅ ଶ୍ଵେତାଙ୍କ ସହ ପହଞ୍ଚିଲେ ବିଗ୍ ବି

Published By : Prameya-News7 Bureau | August 23, 2021 IST

ମୁମ୍ବାଇ ୨୩/୦୮ : ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଝିଅ ଶ୍ଵେତା ନନ୍ଦାଙ୍କ ସହ ମୁମ୍ବାଇ ଲୀଲାବତୀ ହସ୍ପିଟାଲ ବାହାରେ ନଜର ଆସିଛନ୍ତି। ରବିବାର ରାତିରେ ସେ ହସ୍ପିଟାଲ ବାହାରେ ନଜର ଆସିଥିଲେ। ପ୍ରଶଂସକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। କିଛି ଲୋକ କହିଛନ୍ତି ଯେ ଅମିତାଭ ବଚ୍ଚନ ରୁଟିନ ଚେକ ଅପ ପାଇଁ ହସ୍ପିଟାଲ ଯାଇଥିବେ। କାରଣ ଅମିତାଭ ବଚ୍ଚନ ସବୁବେଳେ ରୁଟିନ ଚେକ ଅପ ପାଇଁ ଲୀଲାବତୀ ହସ୍ପିଟାଲ ଯାଇଥାନ୍ତି। କିନ୍ତୁ କଥା ସେୟା ନୁହେଁ। ମାମଲା ଆଉ କିଛି ଥିଲା।

{"id":500299,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ, ଅମିତାଭ ବଚ୍ଚନ ଓ ଶ୍ଵେତା ନନ୍ଦା ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ହସ୍ପିଟାଲ ପହଞ୍ଚିଥିଲେ। ଅଭିଷେକ ବଚ୍ଚନ ଆହତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅଭିଷେକ କେମିତି ଆହତ ହୋଇଛନ୍ତି ସେ ନେଇ ଏଯାଏଁ କିଛି ଜଣାପଡିନାହିଁ। ତାଙ୍କ କ୍ଷତ କେତେ ଗଭୀର ତାହା ମଧ୍ୟ ଜଣାପଡିନି। ତେବେ ପେପରାଜି ଭୈୟାନି ଏହି ଫଟୋ ସେୟାର କରିଛନ୍ତି। ଫଟୋରେ ଅମିତାଭ ଓ ଶ୍ଵେତା କାରରେ ବସିଛନ୍ତି ଓ ଚିନ୍ତିତ ଜଣାପଡୁଛନ୍ତି। ରବିବାର ଦିନ ଅଭିଷେକ ଆହତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":500304,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.