କ’ଣ ଅଲଗା ହେବେ ଅଭିଷେକ୍‌- ଐଶ୍ୱର୍ଯ୍ୟା ? ହାତରୁ ମୁଦି କାଢିଲେ ଅଭିନେତା

Published By : Prameya-News7 Bureau | December 03, 2023 IST

ମୁମ୍ଵାଇ ୦୩।୧୨: ବଲିଉଡର ଚର୍ଚ୍ଚିତ କପଲ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଶୁଣିବାକୁ ମିଳୁଥିଲା ଦୁହିଁଙ୍କ ମଧ୍ୟରେ କିଛି ଠିକ୍‌ ନାହିଁ । ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଛାଡ଼ପତ୍ର ନେବେ । ହେଲେ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ଯାହାକୁ ଦେଖି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି। ଅଭିଷେକଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜ ଆଙ୍ଗୁଠିରୁ ବିବାହ ସମୟର ମୁଦି ପିନ୍ଧିନଥିବା ଦେଖାଯାଇଛି।

wp:html
Abhishek isn't wearing his wedding ring anymore in his recent appearances, up until now he has always worn it.
byu/vinnyy19 inBollyBlindsNGossip
/wp:html

ରେଡିଟରେ ଏକ ଭିଡିଓ ସେୟାର କରାଯାଇ ଦାବି କରାଯାଇଛି ଯେ, ଅଭିଷେକ ଆଜି ପର୍ଯ୍ୟନ୍ତ ନିଜ ଆଙ୍ଗୁଠିରେ ବିବାହ ସମୟର ମୁଦି ପିନ୍ଧୁଥିଲେ। ହେଲେ ଏବେ ସେ ମୁଦି ନଜର ଆସୁ ନାହିଁ । ତେବେ ସେ ନିଜ ହାତରୁ ମୁଦିକୁ କାହିଁକି ବାହାର କରିଛନ୍ତି ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସମସ୍ତେ କହୁଛନ୍ତି କି ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହ ବିବାଦ ଏହା ପଛର କାରଣ ହୋଇପାରେ। ହେଲେ ଏଯାଏ ଉଭୟ କିଛି ବି ମୁହଁ ଖୋଲି କହି ନାହାନ୍ତି।

କହିବାକୁ ଗଲେ ନଭେମ୍ବର ୧ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ଥିଲେ ।  ସେ ତାଙ୍କ ମାଆ –ଝିଅ ସହ ସେଲିବ୍ରେସନ୍‌ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜନ୍ମଦିନରେ ଅଭିଷେକ କିମ୍ବା ବଚ୍ଚନ ପରିବାରର କେହି ନଥିଲେ। ଏଭଳି ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚା ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା କେତେ ସତ ତାହା ଜାଣିନି, କିନ୍ତୁ ମୁଁ ସବୁବେଳେ ଭାବୁଥିଲି ଯେ ବଚ୍ଚନ ପରିବାରରେ ଛାଡପତ୍ର ଅସମ୍ଭବ। ତାଙ୍କ ପରିବାରଠୁ ଏହା ଆଶା କରାଯାଇନଥିଲା। ଅନ୍ୟ ଜଣେ ଲେଖିଛନ୍ତି, ଯେପର୍ଯ୍ୟନ୍ତ ଅମିତାଭ ବଚ୍ଚନ ବଞ୍ଚିଛନ୍ତି, ସେ ପର୍ଯ୍ୟନ୍ତ ଦୁହିଁଙ୍କ ଛାଡ଼ପତ୍ର ହେବାକୁ ଦେବେ ନାହିଁ।

wp:embed {"url":"https://www.prameyanews7.com/ileana-dcruz-bollywood-and-south-actress-to-leave-films/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ileana-dcruz-bollywood-and-south-actress-to-leave-films/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.