ପ୍ରଥମ ଥର ଛାଡପତ୍ର ଖବରକୁ ନେଇ ମୁହଁ ଖୋଲିଲେ ଅଭିଷେକ, କହିଲେ-ମୁଁ ଏବେବି ବିବାହିତ...

Published By : Prameya-News7 Bureau | August 12, 2024 IST

ମୁମ୍ଵାଇ ୧୨।୦୮: ବଲିଉଡ ପାୱାରଫୁଲ କପଲ ଅଭିଷେକ ବଚ୍ଚନ ଏବଂ ଏଶ୍ୱର୍ଯ୍ୟା ରାୟ ବଚ୍ଚନ। ବର୍ତ୍ତମାନ ତାଙ୍କ ଛାଡପତ୍ର ବିଷୟରେ ଅନେକ ଗୁଜବ ଚାଲିଛି।ଅଭିଷେକ ନିକଟରେ ପ୍ୟାରିସରେ ଏକୁଟିଆ ନଜର ଆସିଥିଲେ ଏବଂ ସେଠାରେ ସେ ଅଲିମ୍ପିକ୍ସ ୨୦୨୪ ଉପଭୋଗ କରୁଥିଲେ। ସେ ତାଙ୍କ ଛୁଟିଦିନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କିନ୍ତୁ ଏହି ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଛାଡପତ୍ର ଗୁଜବ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଅଭିଷେକ ପ୍ରଥମ ଥର ପାଇଁ ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ଖବରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

ଅଭିଷେକ ବଚ୍ଚନଙ୍କ ଭିଡିଓ ଭାଇରାଲ 

ଅଭିଷେକ ବଚ୍ଚନଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ବିଷୟରେ କହିଛନ୍ତି। ତେବେ ଅଭିଷେକଙ୍କ ଏହି ଭିଡିଓରେ ଛାଡପତ୍ର ଆଲୋଚନାକୁ ମିଥ୍ୟା ବୋଲି କହିଥିଲେ। ଅଭିଷେକ କହିଛନ୍ତି, “ମୋର ଏ ବିଷୟରେ ଅଧିକ କିଛି କହିବାର ନାହିଁ। ଦୁଃଖର ବିଷୟ, ଆପଣ ସମସ୍ତେ ପୂରା ପରିସ୍ଥିତିକୁ ବଢାଇ ଏକ କାହାଣୀ କରୁଛ । ଯାହା ସଠିକ୍‌ ନୁହେଁ । କିନ୍ତୁ କଣ କରିବା ମୁଁ ଏବେବି ବିବାହିତ ...


ଅଭିଷେକ ତାଙ୍କ ମୁଦି ଦେଖାଇ ସ୍ପଷ୍ଟ କରିଛନ୍ତି ଯେ ସେ ଏବଂ ଐଶ୍ୱର୍ଯ୍ୟା ଏବେ ମଧ୍ୟ ଏକାଠି ଅଛନ୍ତି ଏବଂ ସେମାନଙ୍କ ବିବାହରେ କୌଣସି ଅସୁବିଧା ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଇନଷ୍ଟାଗ୍ରାମରୁ ହଟାଇ ଦିଆଯାଇଛି। ତେବେ ଭିଡିଓଟି ନୂଆ କି ପୁରୁଣା ତାହା ସ୍ପଷ୍ଟ ହୋଇନାହିଁ। ଛାଡପତ୍ର ଗୁଜବ ଉପରେ ଅଭିଷେକ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ କହିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.