ତ୍ରିପୁରାରେ ମମତାଙ୍କ ପୁତୁରା ଅଭିଷେକଙ୍କୁ ବିରୋଧ, କଳା ପତାକା ଦେଖାଇ ଦେଲେ ‘ଗୋ ବ୍ୟାକ୍‌’ ନାରା

Published By : Prameya-News7 Bureau | August 08, 2021 IST

ନୂଆଦିଲ୍ଲୀ ୮/୦୮: ତ୍ରିପୁରାରେ ଟିଏମସିର ଯୁବ ମୋର୍ଚ୍ଚା ନେତାଙ୍କ ଉପରେ ଆକ୍ରମଣ ଅଭିଯୋଗ ମିଳିବା ପରେ ମମତା ବାନାର୍ଜୀଙ୍କ ପୁତୁରା ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସେଠାକୁ ଗସ୍ତ କରିଛନ୍ତି। ଏହି ସମୟରେ ଅଗରତାଲା ପହଞ୍ଚିବା ପରେ ତାଙ୍କୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ବିଜେପି କର୍ମୀ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ବିରୋଧ କରିବା ସହ କଳା ପତାକା ଦେଖାଇ ଗୋ ବ୍ୟାକ୍‌ ନାରା ଦେଇଥିବା ଜଣାପଡ଼ିଛି।

ଏନେଇ ଖବର ମିଳିବା ପରେ ଦଳ ପକ୍ଷରୁ କୁହାଯାଇଛି, ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ସମସ୍ତ ଆହତ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କୁ ନେଇ କୋଲକାତା ଫେରିବେ। । ତ୍ରିପୁରାରେ ସେମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ସେମାନେ ଗୁରୁତର ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି । ତ୍ରିପୁରା ଯିବା ପୂର୍ବରୁ ସେଠାକାର ମୁଖ୍ୟମନ୍ତ୍ରୀ ବପ୍ଳବ ଦେବଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ ଅଭିଷେକ। କହିଥିଲେ ମୁଁ ତ୍ରିପୁରା ଯାଉଛି  ରୋକି ପାରିବ ଯଦି ରୋକ। 

wp:embed {"url":"https://twitter.com/abhishekaitc/status/1424061110588645384","type":"rich","providerNameSlug":"twitter","responsive":true}
https://twitter.com/abhishekaitc/status/1424061110588645384
/wp:embed

ଶନିବାର ଶାସକ ବିଜେପିର କାର୍ଯ୍ୟକର୍ତ୍ତା ଟିଏମସି ନେତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। କିନ୍ତୁ ଟିଏମସି ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.