ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକ୍ ସେନାକୁ କରୁଛନ୍ତି ପ୍ରଶଂସା, ପାକିସ୍ତାନ ଟିଭିରେ ଏପରି ନୂଆ ଭିଡିଓ କେତେ ସତ କେତେ ମିଛ ?

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ,୨୭/୦୨: ୨ ବର୍ଷ ତଳେ ଆଜିର ଦିନ ଅର୍ଥାତ ଫେବ୍ରୁଆରୀ ୨୭ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନ ସୀମାରେ ଥିବା ବାଲାକୋଟରେ ଆତଙ୍କବାଦୀଙ୍କ ଉପରେ ଆକାଶ ମାର୍ଗରୁ ବୋମାମାଡ କରିଥିଲା ଭାରତ । ଏଥିରେ ପ୍ରାୟ ୨୫୦ରୁ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା କୁହାଯାଉଛି । ଏହି ଘଟଣା ପରେ ଭାରତ ଓ ପାକ୍ ମଧ୍ୟରେ ଉତ୍ତେଜନା ବଢିଥିଲା । ଏହି ସମୟରେ ଭାରତୀୟ ଓ୍ୱିଙ୍ଗ କମାଣ୍ଡର ଅଭିନ୍ନଦନ ବର୍ତ୍ତମାନ ଭୁଲରେ ପାକିସ୍ତାନ ସୀମାରେ ପଶିଯାଇଥିଲେ । ତାଙ୍କୁ ପାକିସ୍ତାନୀ ସେନା ଅଟକ ରଖିଥିଲା । କିନ୍ତୁ ଭାରତର ଚାପରେ ଛାଡିଦେଇଥିଲା । ତେବେ ଶନିବାର ପାକିସ୍ତାନ ଅଭିନନ୍ଦନଙ୍କ ଏକ ଭିଡିଓ ସେୟାର କରିଛି ।

ଅଭିନନ୍ଦନଙ୍କ ଯେଉଁ ଭିଜିଓ ଜାରି କରାଯାଇଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏହି ଭିଡିଓରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ମତ ଦେଉଛନ୍ତି । ଏହାସହ ଉଭୟ ଦେଶ ମଧ୍ୟରେ କୌଣସି ଫରକ ନଥିବା ସେ କହୁଛନ୍ତି । ତେବେ ଏହି ଭିଡିଓ ନୂଆ ନା ପୁରୁଣା କିମ୍ବା ଏହାକୁ ଏଡିଟିଂ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହା କେତେଦୂର ସତ୍ୟ ତାହା ମଧ୍ୟ ଜଣାପଡି ନାହିଁ ।

wp:html /wp:html

ଭିଡିଓରେ ଅଭିନନ୍ଦନ କହୁଛନ୍ତି ଯେ, ଉପରୁ ତଳକୁ ଆସିବା ସମୟରେ ସେ ପାରାଚ୍ୟୁଟରୁ ଉଭୟ ଦେଶକୁ ଦେଖିଥିଲେ । କୌଣସି ଫରକ ଜଣାପଡିନଥିଲା । ଉଭୟ ଦେଶ ବହୁତ ସୁନ୍ଦର । ଯେତେବେଳେ ତଳକୁ ଖସିଲି ସେତେବେଳେ ତାହା ଭାରତ ନା ପାକିସ୍ତାନର ଭୂମି ବୋଲି ସେ ଜାଣିପାରିଲେ ନାହିଁ । ପାକିସ୍ତାନ ହେଉ ବା ହିନ୍ଦୁସ୍ଥାନ ଉଭୟ ଏକା ଭଳି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କୁ ଆଘାତ ଲାଗିଥିଲା । ସେ ଚାଲିପାରୁ ନଥିଲେ । ଯେତେବେଳେ ଜାଣିଲେ ସେ ପାକିସ୍ତାନରେ ଅଛନ୍ତି ସେତେବେଳେ ଦୌଡିବାକୁ ଚାହିଁଥିଲେ । ତାଙ୍କୁ କିଛି ଲୋକ ଧରିପକାଇଥିଲେ । ସେତେବେଳେ ପାକ୍ ସେନାର ୨ ଯବାନ ତାଙ୍କୁ ହସ୍ପିଟାଲ ନେଇଥିଲେ । ଏହାସହ ସେ ଭିଡିଓରେ ପାକିସ୍ତାନୀ ସେନାକୁ ପ୍ରଶଂସା କରିଛନ୍ତି । ପାକିସ୍ତାନ ସେନାର ଶୃଙ୍ଖଳା ତାଙ୍କୁ ପ୍ରଭାବିତ କରିଛି ବୋଲି ସେ କୁଆଡେ କହିଛନ୍ତି । ଦୁଇ ଦେଶ ଶତ୍ରୁ ଭାବେ ଆଗକୁ ବଢିପାରିବେ ନାହିଁ ବୋଲି ଭିଡିଓରେ କହିଛନ୍ତି ଅଭିନନ୍ଦନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.