scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜି ସରୁଛି ଅଭିଜିତ ଆୟାର ମିତ୍ରଙ୍କ ରିମାଣ୍ଡ ଅବଧି ; ଅପରାହ୍ନରେ କୋଣାର୍କ ଜେଏମଏଫସି କୋର୍ଟରେ ହାଜର ହେବେ

28/10/2018 at 1:07 PM

କୋଣାର୍କ ୨୮/୧୦ : ଆଜି ସରୁଛି ଅଭିଜିତ ଆୟାର ମିତ୍ରଙ୍କ ରିମାଣ୍ଡ ଅବଧି | ଓଡିଶାର ଐତିହ କୋଣାର୍କକୁ ନେଇ ଅରୁଚିକର ମନ୍ତବ୍ୟ ଦେବା ଘଟଣାରେ ଅଭିଜିତକୁ ଗିରଫ କରିଥିଲା ପୋଲିସ | କୋଣାର୍କ ପୋଲିସ ଗତ ଦୁଇ ଦିନ ଧରି ଅଭିଜିତକୁ ଜେରା କରିଛି | ଆଜି କୋଣାର୍କ ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯିବ | ଅଭିଜିତକୁ ରିମାଣ୍ଡରେ ନେଇ ଏକ ଅଜ୍ଞାତ ସ୍ଥାନରେ ପଚରାଉଚୁରା କରୁଥିଲା ପୋଲିସ | କେଉଁ ପରିସ୍ଥିତିରେ ଓ କାହା ପ୍ରରୋଚନାରେ ଅଭିଜିତ କୋଣାର୍କ ଉପରେ ହେଲିକେପ୍ଟର ଉଡ଼ାଇଲେ, କାହିଁକି ଓଡିଶାର ଐତିହ ସୂର୍ଯ୍ୟ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଲେ, ଏମିତି ଅନେକ ପ୍ରଶ୍ନ ଅଭିଜିତକୁ କୋଣାର୍କ ପୋଲିସ ପଚାରିଥିବା ଅନୁମାନ କରାଯାଉଛି |

ସେପ୍ଟେମ୍ବର ୧୫ ତାରିଖରେ କୋଣାର୍କ ମନ୍ଦିର ପରିସରରେ ଠିଆ ହୋଇ କୋଣାର୍କ ମନ୍ଦିର ସମ୍ପର୍କରେ ଏକ ଅରୁଚିକର ମନ୍ତବ୍ୟ ସୁଟ୍‌ କରି ଟ୍ବିଟରରେ ଅପଲୋଡ କରିଥିଲେ ଅଭିଜିତ ଆୟାର ମିତ୍ର । ଏହାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ହୋଇଥିଲା । ପରେ ପରେ ଅଭିଜିତଙ୍କ ଏକ ବର୍ଷେ ତଳର ଟ୍ବିଟ୍ ନେଇ ପୁଣି ଉଠିଥିଲା ଝଡ । ବର୍ଷେ ତଳର ଏହି ଟ୍ବିଟରେ ଅଭିଜିତ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଦର୍ଶାଇବା ସହ ତାଙ୍କୁ ଓଡିଆମାନେ ଚୋରୀ କରିଆଣିଛନ୍ତି ବୋଲି ଲେଖିଥିଲେ । ସେହିଭଳି ଓରି ଶାଲା ବୋଲି ବଂଗାଳୀମାନଙ୍କ ଗାଳିରୁ ଓଡିଶା ରାଜ୍ୟର ନାମ ହୋଇଛି ବୋଲି ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ । ପରେ ନୂଆଦିଲ୍ଲୀଠାରେ ନ୍ୟୁଜ୍ -୭କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବାବେଳେ ଅଭିଜିତ ଓଡିଶା ବିଧାନସଭା ସଦସ୍ୟଙ୍କୁ ବୁଦ୍ଦୁ ବୋଲି କହି ଅଧିକ ବିବାଦୀୟ ହୋଇପଡିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ ହୋଇଥିଲା । କମିଟିରେ ହାଜର ହେବା ପାଇଁ ଅଭିଜିତଙ୍କୁ ସମନ ଜାରି କରାଯାଇଥିଲା । ଅକ୍ଟୋବର ୨୩ ତାରିଖରେ ଅଭିଜିତ ଗୃହ କମିଟିରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ସେ ହାଉସକମିଟିରୁ ପଦାକୁ ଆସିବାମାତ୍ରେ କୋଣାର୍କ ପୋଲିସ ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ଆଗୁଆ ଆବେଦନକୁ ଖାରଜ କରି କୋଣାର୍କ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ କହିଥିଲେ । ଏଭଳି ମନ୍ତବ୍ୟ ପାଇଁ ଅଭିଜିତଙ୍କୁ ସୁପ୍ରମିକୋର୍ଟ ଭତ୍ସନା ମଧ୍ୟ କରିଥିଲେ । ଅଭିଜିତଙ୍କ ପାଇଁ ଜେଲ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ କହିଥିଲେ ।

   Related Posts