ବିଧାନସଭା ଗୃହ କମିଟିରେ ହାଜର ହେଲେ ଅଭିଜିତ ଆୟାର ମିତ୍ର ; ସତ୍ୟପାଠ ଦାଖଲ ପରେ ଜେଲ୍କୁ ଫେରିଗଲେ ଅଭିଜିତ

Published By : Prameya-News7 Bureau | November 03, 2018 IST

ଭୁବନେଶ୍ବର ୩|୧୧:  ବିଧାନସଭା ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ଅଭିଜିତ ଆୟାର ମିତ୍ର । ସତ୍ୟପାଠ ଦାଖଲ କରିବା ପରେ ଜେଲ୍‌କୁ ଫେରିଯାଇଛନ୍ତି ଅଭିଜିତ । ଗତକାଲି ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ, କିନ୍ତୁ ସତ୍ୟପାଠ ଦେଇ ପାରିନଥିଲେ । ପ୍ରଥମ ହାଜିରା ପରଠୁ ଜେଲ୍ ରେ ଥିବାରୁ ସେ ସତ୍ୟପାଠ ପ୍ରସ୍ତୁତ କରିପାରିନଥିଲେ । ତାଙ୍କ ଓକିଲ କମିଟି ଆଗରେ ପହଁଚିପାରିନଥିଲେ । ଗୃହକମିଟି ୧୦ ମିନିଟ୍ ଅପେକ୍ଷା କରିଥିଲେ । କିନ୍ତୁ ଆୟାରଙ୍କ ଓକିଲ ଆସିନଥିଲେ । ଆଜି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଥିଲା । ସତ୍ୟପାଠ ଦାଖଲ ପାଇଁ ଆଜି ଶେଷ ସୁଯୋଗ ବୋଲି ମଧ୍ୟ ଗୃହ କମିଟି ରୋକଠୋକ୍ ଶୁଣାଇ ଦେଇଥିଲା ।ଆଜି ଆୟାର ଉପସ୍ଥିତ ରହି ଗୃହକମିଟିକୁ ତାଙ୍କ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡିଶା ସଂସ୍କୃତି ଏବଂ ବିଧାୟକଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ଅଡୁଆରେ ଫଶିଛନ୍ତି ଅଭିଜିତ ଆୟାର । ଅଭିଜିତଙ୍କ ସତ୍ୟପାଠକୁ ଶୀତ ଅଧିବେଶନରେ ଉପସ୍ଥାପନ କରାଯିବ । ତେବେ ଅଭିଜିତ ଆୟାରଙ୍କ ବିରୋଧରେ ବିଭିନ୍ନ ଥାନାରେ ଯେଉଁ ମାମଲା ରହିଛି ସେନେଇ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ କରିବ ସେଥିରେ ଗୃହ କମିଟିର କିଛି କରିବାର ନାହିଁ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.